ମସ୍କୋ,୧୦।୭: ବିମାନ ଅବତରଣ କରିପାରୁ ନ ଥିବା ସ୍ଥାନରେ ସାମରିକ ସେନାରେ ନିଯୁକ୍ତ କୁକୁରଙ୍କୁ ସାଥିରେ ନେବା ପାଇଁ ନୂଆ ପାରାଚ୍ୟୁଟ୍ ବ୍ୟବସ୍ଥା କରିଛି ରୁଷ। ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଏହି ନୂଆ ଯନ୍ତ୍ରର ପରୀକ୍ଷା। ସ୍ବତନ୍ତ୍ର ପାରାଚ୍ୟୁଟ ବିକଶିତ କରିଥିବା କମ୍ପାନୀ ‘ଟେକ୍ନୋଡିନାମିକା’ ପକ୍ଷରୁ ଏକ ଭିଡିଓ ଶେୟାର କରାଯାଇଛି। ଭିଡିଓରେ ସ୍ଥାନ ପାଇଛି କିଛି ପରୀକ୍ଷା ଓ ଇଣ୍ଟରଭ୍ୟୁ।
ଏଭଳି ଯନ୍ତ୍ର ପୂର୍ବରୁ ରୁଷିଆରେ ଉପଲବ୍ଧ ନ ଥିଲା। କିନ୍ତୁ ବର୍ତ୍ତମାନ ଯେଉଁଠି ବିମାନ ଅବତରଣ କରିପାରିବ ନାହିଁ, ସେଠାରେ ଏହି ଯନ୍ତ୍ର ମାଧ୍ୟମରେ ଯବାନମାନେ ସାଥିରେ ସେନାର କୁକୁରକୁ ସର୍ଚ୍ଚ ଅପରେଶନ ଓ ସାମରିକ କାର୍ଯ୍ୟରେ ନିୟୋଜିତ କରିପାରିବେ। ଏହି ଯନ୍ତ୍ର କୁକୁର ସହ ସ୍କାଏଡାଇଭ ଓ ଟେନଡେମ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଶେୟାର କରାଯାଇଥିବା ଭିଡିଓରେ ସୈନ୍ୟ ବାହାନୀ ତାଲିମ ପ୍ରାପ୍ତ କୁକୁର ସହ ସଫଳ ସ୍କାଏଡାଇଭିଂ କରୁଛନ୍ତି। ସାଧାରଣ ପାରାଚ୍ୟୁଟ ଏଣ୍ଟ୍ରାପମେଣ୍ଟ ଠାରୁ ଭିନ୍ନ ପୋଷାକରେ ଏକ ପକେଟ ରହିଛି, ଯେଉଁଥିରେ କୁକୁରକୁ ସୈନ୍ୟଙ୍କ ନିଆଯାଇପାରିବ। ଠିକଣା ସମୟରେ କାମ ଦେଇଥିଲା ଏହି ଯନ୍ତ୍ର। ଏହି ଟେଷ୍ଟିଂ ପ୍ରକ୍ରିୟାରେ କୁକୁରକୁ କୌଣସି ପ୍ରକାର ଆଘାତ ଲାଗି ନ ଥିବା କୁହାଯାଇଛି।