ୟୁକ୍ରେନ୍‌ରେ କ୍ଷେପଣାସ୍ତ୍ର ବର୍ଷା କଲା ରୁଷିଆ…

ମସ୍କୋ, ୨୬।୬ : ରୁଷିଆ ପକ୍ଷରୁ ୟୁକ୍ରେନର ବିଭିନ୍ନ ସହର ଉପରେ କ୍ଷେପଣାସ୍ତ୍ର ବର୍ଷା କରାଯାଇଛି। ଏହାଯୋଗୁ ପୂର୍ବ ଲୁହାନସ୍କ ଅଞ୍ଚଳର ସେଭେରୋଡୋନସ୍କ ଏବଂ ଲିସିଚସ୍କ ସହରରେ ଶହ ଶହ ସାଧାରଣ ସଙ୍କଟରେ ପଡ଼ିଛନ୍ତି। ଅପରପକ୍ଷରେ, ଦକ୍ଷିଣ ଅଞ୍ଚଳରେ ରୁଷିଆର ୪୬ ଜଣସୈନ୍ୟଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ ଦାବି କରିଛି। ୟୁକ୍ରେନ ରୁଷିଆର ତୋପ ଏବଂ ଦୁଇଟି ଟ୍ୟାଙ୍କକୁ ଧ୍ୱଂସ କରିଛି। ରୁଷିଆ ୩୮ ଟି କ୍ଷେପଣାସ୍ତ୍ର ମାଡ଼ କରିଛି।

ଲୁହାନସ୍କ ଅଞ୍ଚଳର ଗଭର୍ଣ୍ଣର ସେରହି ଗୈଦବି କହିଛନ୍ତି ଯେ ରୁଷିଆ ସୈନ୍ୟ ଶନିବାର ଲିସିଚଂସ୍କ ସହରରେ ପ୍ରବେଶକୁ ଅବରୋଧ କରିବାକୁ ଚେଷ୍ଟା କରିଥିଲେ। ଅନ୍ୟ ପଟେ, ୟୁକ୍ରେନ ହେଲିକପ୍ଟରଗୁଡିକ ମାଇକୋଲିଭ ସୀମାରେ ଥିବା ସ୍ନିହୁରିଓ୍ବକା ଏବଂ ଓଲେକ୍ସାନ୍ଦ୍ରିଭିକା ନିକଟରେ ରୁଷିଆ ସୈନ୍ୟଙ୍କ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୪୬ ଜଣ ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ରୁଷିଆର ହାୱିଜର୍ସ ତୋପ ସହିତ ଦୁଇଟି ଟି -୭୨ ଟ୍ୟାଙ୍କ, ୨ଟି ଡ୍ରୋନ ଏବଂ ସାତୋଟି ଯାନକୁ ୟୁକ୍ରେନ୍‌ ଧ୍ୱଂସ କରିଦେଇଛି।

Share