ମୁହଁ।ମୁହିଁ ହେବେ ରୁଷିଆ, ନାଟୋ

ମସ୍କୋ/କିଭ୍‌/ଓ୍ବାଶିଂଟନ୍‌ ୧୭ା୧୦: ଆଗକୁ ସାମରିକ ଉତ୍ତେଜନା ସୁରକ୍ଷା ପର୍ଯ୍ୟବେକ୍ଷକଙ୍କ ନିଦ ହଜାଇପାରେ। କାରଣ ସୋମବାରଠାରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ରୁଷିଆ ଏବଂ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟ୍ରି ଅର୍ଗାନାଇଜେଶନ(ନାଟୋ) ନିଜ ନିଜ ଶକ୍ତି ପ୍ରଦର୍ଶନ କରିବେ। ସାଧାରଣତଃ ରୁଷିଆ ବର୍ଷର ଏହି ମାସରେ ଆଣବିକ ଅସ୍ତ୍ର ପରୀକ୍ଷଣ କରିଥାଏ। ସମାନ ସମୟରେ ଆମେରିକା ଓ ଏହାର ପାଶ୍ଚାତ୍ୟ ସହଯୋଗୀ ନ୍ୟୁକ୍ଲିୟର ଡ୍ରିଲ୍‌ ‘ଷ୍ଟିଡ୍‌ଫାଷ୍ଟ୍‌ ନୁନ୍‌’ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଦୁଇ ପକ୍ଷ ମୁହଁାମୁହିଁ ହେଲେ ବିଶ୍ୱ ପାଇଁ ଆଣବିକ ବିପର୍ଯ୍ୟୟ ସୃଷ୍ଟି ହେବ। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ଅନେକଥର ନ୍ୟୁକ୍ଲିୟର ଓ୍ବିପନ୍‌ର ଭୟ ଦେଖାଇସାରିଛନ୍ତି। ଏହି ପରିପ୍ରେକ୍ଷୀରେ ନିକଟରେ ନାଟୋ ପ୍ରତିରକ୍ଷା ମନ୍ତ୍ରୀମାନଙ୍କର ଏକ ସମ୍ମିଳନୀ ବ୍ରସେଲ୍ସରେ ଅନୁଷ୍ଠିତ ହୋଇଛି। ସମ୍ମିଳନୀ ପରେ ନାଟୋ ମହାସଚିବ ଜେନ୍ସ ଷ୍ଟୋଲଟେନ୍‌ବର୍ଗ କହିଥିଲେ, ରୁଷିଆର ନ୍ୟୁକ୍ଲିୟର ଡ୍ରିଲ୍‌ ‘ଗ୍ରୋମ୍‌’ ଉପରେ ସାମରିକ ମେଣ୍ଟର କଡ଼ା ନଜର ରହିଛି।

ୟୁକ୍ରେନ୍‌ରେ ବଳାତ୍କାର ପାଇଁ ସୈନ୍ୟଙ୍କୁ ଭାଏଗ୍ରା

ୟୁକ୍ରେନ୍‌ ମହିଳାଙ୍କୁ ବଳାତ୍କାର କରିବା ପାଇଁ ରୁଷିଆ ନିଜ ସୈନ୍ୟଙ୍କୁ ଭାଏଗ୍ରା (ଯୌନ ଉତ୍ତେଜକ ଔଷଧ) ଦେଉଥିବା ସାମାଜିକ କାର୍ଯ୍ୟକର୍ତ୍ତା ତଥା ଜାତିସଂଘ ରାଷ୍ଟ୍ରଦୂତ ପ୍ରମିଲା ପାଟେନ୍‌ ଏକ ସାକ୍ଷାତକାରରେ କହିଛନ୍ତି। ବଳାତ୍କାର ଓ ଯୌନ ନିର୍ଯାତନା ଭଳି ଅମାନବୀୟ ବ୍ୟବହାର ରୁଷିଆର ଅନ୍ୟତମ ଯୁଦ୍ଧ ରଣନୀତି ବୋଲି ଯୌନ ହିଂସା ସମ୍ବନ୍ଧିତ ଜାତିସଂଘର ସ୍ବତନ୍ତ୍ର ପ୍ରତିନିଧି ପାଟେନା ଅଭିଯୋଗ କରିଛନ୍ତି।

ରୁଷିଆ ସେନା ଶିବିରରେ ଆକ୍ରମଣ

ୟୁକ୍ରେନ୍‌ରେ ରୁଷିଆର ସ୍ବତନ୍ତ୍ର ସାମରିକ ଅଭିଯାନକୁ ଆଉ ଏକ ଝଟକା ଲାଗିଛି। ୟୁକ୍ରେନ ସୀମା ନିକଟ ରୁଷିଆର ବେଲଗୋରୋଡ୍‌ ସେନା ତାଲିମ କେନ୍ଦ୍ରରେ ଶନିବାର ଦୁଇ ବନ୍ଧୁକଧାରୀ ଆକ୍ରମଣ କରିଛନ୍ତି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଆତଙ୍କବାଦୀ ଆକ୍ରମଣ ଅଭିହିତ କରାଯାଇଛି। ମସ୍କୋ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ସମ୍ପୃକ୍ତ ୨ ବନ୍ଧୁକଧାରୀ ମଧ୍ୟ ନିହତ ହୋଇଛନ୍ତି।
ଅନୁସାରେ, ସ୍ବତନ୍ତ୍ର ସାମରିକ ଅଭିଯାନରେ ୟୁକ୍ରେନ୍‌ ବିରୋଧରେ ଲଢ଼ିବା ପାଇଁ ପୂର୍ବ ସୋଭିଏଟ୍‌ ସଂଘର ୨ ସ୍ବେଚ୍ଛାସେବୀ ରୁଷିଆ ସେନାରେ ସାମିଲ ହୋଇଥିଲେ। ତାଲିମ ଶିବିରରେ ସେମାନଙ୍କୁ ଆକ୍ରମଣ କୌଶଳ ଶିଖାଯାଉଥିଲା। ସେହି ସମୟରେ ଉଭୟେ ରୁଷିଆ ସେନା ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ମସ୍କୋ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିବୃତିରେ କୁହାଯାଇଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଜଣେ ପରାମର୍ଶଦାତା ଓଲେସ୍କି ଆରେଷ୍ଟୋଭିଚ୍‌ କହିଛନ୍ତି, ସମ୍ପୃକ୍ତ ଦୁଇ ବନ୍ଧୁକଧାରୀ ତାଜିକିସ୍ତାନର ନାଗରିକ। ଧର୍ମକୁ ନେଇ ଯୁକ୍ତିତର୍କ ହେବାରୁ ସେମାନେ ରୁଷିଆ ସେନା ଶିବିରରେ ଗୁଳି ଚଳାଇଥିଲେ।

Share