ରୁଷିଆର କରୋନା ଭ୍ୟାକ୍ସିନକୁ ମାଙ୍କଡ଼ ଦେହରେ ବି ପରୀକ୍ଷା କରିବ ନାହିଁ ଆମେରିକା!

ଓ୍ବାଶିଂଟନ,୧୫।୮: କରୋନା ମହାମାରୀ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଏବେ ଏହାର ଭ୍ୟାକ୍ସିନ ଖୋଜିବାରେ ଲାଗିପଡିଛନ୍ତି ସମସ୍ତ ବିକାଶଶୀଳ ଦେଶ। ଏହାରି ମଧ୍ୟରେ ରୁଷିଆ ଚଳିତ ମାସରେ ପ୍ରଥମ କରୋନା ଟିକା ପ୍ରସ୍ତୁତ କରିଥିବା ଦାବି କରିଛି। ହେଲେ ଏହାକୁ କେତେକ ଦେଶ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଏମିତିକି ଆମେରିକା ଏବେ ଏହି ଭ୍ୟାକ୍ସିନର ମଜା ଉଡାଇଛି। ଆମେରିକା କହିଛି ରୁଷିଆ ଯେଉଁ କରୋନା ଟିକା ପ୍ରସ୍ତୁତ କରିଛି ତାହା ମଣିଷତ ଦୂରର କଥା ମାଙ୍କଡ଼ ଉପରେ ମଧ୍ୟ ପରୀକ୍ଷଣ କରିବ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିବା କଥା ହେଲା ରୁଷିଆ ଯେଉଁ ଟିକା ପ୍ରସ୍ତୁତ କରିଛି ତାହା ସମ୍ପୂର୍ଣ୍ଣ ଭାବେ ପରୀକ୍ଷଣ ହୋଇନାହିଁ। ଏହି ଟିକାକୁ ତୃତୀୟ ପର୍ଯ୍ୟାୟରେ କଠୋର ପରୀକ୍ଷଣ ଓ ଉଚ୍ଚ ଗୁଣବତ୍ତା ଦେଇ ଗତି କରିବାର ଅଛି। ଅନ୍ୟପଟେ ରୁଷିଆ ଟିକା ପ୍ରସ୍ତୁତିର ତଥ୍ୟକୁ ଆମେରିକା ସହ ଶେୟାର କରିବାକୁ ପ୍ରସ୍ତୁତ ଅଛି ବୋଲି କହିଛି। ଏମିତିକି ରୁଷିଆ ଏହାକୁ ଆମେରିକା କମ୍ପାନୀକୁ ପ୍ରସ୍ତୁତ କରିବାକୁ ଅନୁମତି ଦେବାକୁ ରାଜି ଅଛି। ତେବେ ରୁଷିଆର ଜଣେ ଅଧିକାରୀ କହିଛନ୍ତି ଆମେରିକାବାସୀଙ୍କ ଜୀବନ ବଞ୍ଚାଇବାକୁ ହେଲେ ରୁଷିଆର ଟିକା ବିଷୟରେ ଆମେରିକା ଗମ୍ଭିରତାର ସହ ଚିନ୍ତା କରିବା ଦରକାର। ସୂଚନାଯୋଗ୍ୟ, ରୁଷିଆ ଅଗଷ୍ଟ ୧୧ରେ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା କଥା ଦାବି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବା ପଡିଲା ଭାରି: କାଙ୍ଗାଳ ହୋଇଗଲା ପାକିସ୍ତାନ!

ନୂଆଦିଲ୍ଲୀ,୧୮।୩: ୨୯ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ପାକିସ୍ତାନକୁ ଏକ ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରିବାର ସୁଯୋଗ ମିଳିଥିଲା। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନିଜେ...

ନଅ ମାସ ପରେ ମହାକାଶ ଷ୍ଟେସନରୁ ଘରକୁ ଫେରୁଛନ୍ତି ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ,୧୮ା୩: ମହାକାଶରେ ଦୀର୍ଘ ନଅ ମାସର ଯାତ୍ରାର ଶେଷ କରି ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ମଙ୍ଗଳବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରୁ ଅନଡକ୍...

ଗାଜା ଷ୍ଟ୍ରିପରେ ପୁଣି ବୋମା ବର୍ଷା କଲା ଇସ୍ରାଏଲ: ୨୦୦ରୁ ଅଧିକ ପାଲେଷ୍ଟାନୀଙ୍କ ମୃତ୍ୟୁ

ଗାଜା,୧୮।୩: ଇସ୍ରାଏଲ ପୁଣି ଥରେ ଗାଜା ଷ୍ଟ୍ରିପରେ ଏକ ବଡ଼ ଆକ୍ରମଣ କରିଛି। ମଙ୍ଗଳବାର ସକାଳେ ଇସ୍ରାଏଲୀ ବିମାନ ଆକ୍ରମଣରେ ସମଗ୍ର ଗାଜା ଷ୍ଟ୍ରିପ ଥରି...

China Xi Jinping: ନିଜ ଦେଶରେ ବିଦ୍ରୋହର ସାମ୍ନା କରୁଛନ୍ତି ଜିନପିଙ୍ଗ: ଡ୍ରାଗନର ହଜିଲା ନିଦ

ବେଜିଂ,୧୮।୩: ଚାଇନାର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ରେ ସମ୍ପ୍ରତି ଅନେକ ବଡ଼ ପରିବର୍ତ୍ତନ ଦେଖାଯାଇଛି। ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନେତୃତ୍ୱରେ ଦୁର୍ନୀତି ଦୂରୀକରଣ ଅଭିଯାନର ଅଂଶ...

ଗାଜାରେ ଇସ୍ରାଏଲର ଭୟଙ୍କର ଆକ୍ରମଣ: ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ,୧୮ା୩: ମଙ୍ଗଳବାର ପ୍ରତ୍ୟୁଷରେ ଇସ୍ରାଏଲୀ ସେନା ଗାଜା ଷ୍ଟ୍ରିପ୍ ଉପରେ ଏକ ବଡ଼ ଧରଣର ଆକ୍ରମଣ ଆରମ୍ଭ କରିଛି। ଯାହା ପ୍ରାୟ ଦୁଇ ମାସ ପୂର୍ବେ...

ପାକିସ୍ତାନରେ ଖେଳଣା ବନ୍ଧୁକ ଉପରେ ଲାଗିଲା ପ୍ରତିବନ୍ଧକ: ଜାଣନ୍ତୁ କାହିଁକି

ପେଶାୱର,୧୭।୩: ପାକିସ୍ତାନର ପେଶାୱର ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଥିବାରୁ ସ୍ଥାନୀୟ ପ୍ରଶାସନ ଖେଳଣା ବନ୍ଧୁକ ଏବଂ ଫୋଟକା ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି...

ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କୁ ପରମାଣୁ ଅସ୍ତ୍ର ବ୍ୟବହାର ନକରିବାକୁ ରାଜି କରାଇଥିଲେ: ପୋଲାଣ୍ଡ ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୩: ପୋଲାଣ୍ଡର ଉପ-ବୈଦେଶିକ ମନ୍ତ୍ରୀ ଏବଂ ରାଜ୍ୟ ସଚିବ, ୱାଡିସଲା ତେଓଫିଲ ବାର୍ଟୋସଜେୱସ୍କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ରଣନୈତିକ ପରମାଣୁ ଅସ୍ତ୍ର...

ପୋଡକାଷ୍ଟରେ ଚାଇନା ବିଷୟରେ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି, ଚାଇନା କଲା ବାଃ ବାଃ…

ନୂଆଦିଲ୍ଲୀ,୧୭।୩: ଲେକ୍ସ ଫ୍ରିଡମ୍ୟାନ ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନକୁ ଚାଇନା ସକାରାତ୍ମକ ପ୍ରତିକ୍ରିୟା ଦେଇଛି। ଚାଇନା ବୈଦେଶିକ ମନ୍ତ୍ରଣାଳୟ ଭାରତ-ଚାଇନା ସମ୍ପର୍କକୁ ମଜବୁତ କରିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image