ୟୁକ୍ରେନ ଉପରେ ଆଣବିକ ଆକ୍ରମଣ ଆରମ୍ଭ କରିବାକୁ ଯୋଜନା କରୁଛି ରୁଷିଆ: ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ସରମାଟ’ କଲା ମୁତୟନ…

ମସ୍କୋ,୩।୯ : ପରମାଣୁ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଆନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ସରମାଟ ମୁତୟନ କରିଛି। ପାଶ୍ଚାତ୍ୟ ବିଶ୍ଳେଷକମାନେ ସରମାଟକୁ ଶୟତାନ-୨ ବୋଲି ନାମିତ କରିଛନ୍ତି। ଏହା ପୂର୍ବରୁ ଏହାର ମୁତୟନ ୨୦୨୨ରେ କରାଯାଇଥାନ୍ତା। ରୁଷିଆର ସ୍ପେସ ଏଜେନ୍ସି ମୁଖ୍ୟ ୟୁରୀ ବୋରିସୋଭ କହିଛନ୍ତି ଏହି କ୍ଷେପଣାସ୍ତ୍ର ମୁତୟନ କରାଯାଇଛି।

ସରମାଟ ଖୁବ କମ ସମୟ ନୋଟିସରେ ଲଞ୍ଚ କରାଯାଇପାରିବ, ଯାହାକି ସିସିଟିଭି ସିଷ୍ଟମ ଦ୍ୱାରା ଚିହ୍ନଟ କରିବା କଷ୍ଟକର ହେବ। ଏହା ସବୁଠାରୁ ମାରାତ୍ମକ ଅସ୍ତ୍ର ମଧ୍ୟରୁ ବିବେଚନା କରାଯାଏ। ସରମାଟ ୧୮ ହଜାର କିଲୋମିଟର ପର୍ଯ୍ୟନ୍ତ ୧୦ଟି ଆଣବିକ ୱାରହେଡ ବହନ କରିବାକୁ ସକ୍ଷମ। ଏହା ଆର-୩୬ ଭଳି କାର୍ଯ୍ୟ କରିବ।

Share