ରୁଷିଆ ରାଷ୍ଟ୍ରପତିଙ୍କ ବିଳାଶପୂର୍ଣ୍ଣ ଜୀବନଶୈଳୀ, ମୋଟ ସମ୍ପତ୍ତି ମୂଲ୍ୟ ରହିଛି…

ମସ୍କୋ,୨୩।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶକୁ ସମ୍ବୋଧନ କରି ୟୁକ୍ରେନର ପୂର୍ବ ଭାଗରେ ଥିବା ଦୁଇଟି ଅଞ୍ଚଳକୁ ସ୍ବାଧୀନତା ପ୍ରଦାନ କରିଛନ୍ତି। ପୁଟିନଙ୍କ ଏଭଳି ଘୋଷଣା ପରେ ସାରା ବିଶ୍ୱରେ ଚିନ୍ତା ବଢିଯାଇଛି। ଯୁଦ୍ଧ ଭିତରେ ପୁଟିନଙ୍କ ଜୀବନଶୈଳୀକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି।
ଭ୍ଲାଦିମିର ପୁଟିନଙ୍କ ପାଖରେ କେତେ ଧନ ଅଛି ତାହାର କୌଣସି ସଠିକ ଆକଳନ ନାହିଁ, କିନ୍ତୁ ବିଶ୍ୱାସ କରାଯାଏ ଯେ ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରନ୍ତି। ପୁଟିନଙ୍କ ସମ୍ପତ୍ତି ବିଷୟରେ ଭିନ୍ନ କଥା ଅଛି। ଏହା ମଧ୍ୟ କୁହାଯାଇଛି ଯେ ସେ ସୁନାରେ ନିର୍ମିତ ଶୌଚାଳୟ ବ୍ୟବହାର କରନ୍ତି। ପୁଟିନ ୧୭ ବର୍ଷ ଧରି ରୁଷିଆରେ କ୍ଷମତାରେ ରହିଛନ୍ତି। ତାଙ୍କର ଅନେକ ଘର, ବିଳାସପୂର୍ଣ୍ଣ କାର ଏବଂ କୋଟି କୋଟି ପାଉଣ୍ଡ ମୂଲ୍ୟରେ ନିର୍ମିତ ଏକ ଗୁପ୍ତ ପ୍ରାସାଦ ଅଛି। ପୁଟିନଙ୍କୁ ପ୍ରତିବର୍ଷ ୧୦୦,୦୦୦ ପାଉଣ୍ଡ (ପ୍ରାୟ ୧,୦୧,୪୩,୪୪୩ ଟଙ୍କା) ଦରମା ମିଳେ।
କିଛି ରିପୋର୍ଟରେ କୁହାଯାଇଛି ଯେ ଟେସଲା ପ୍ରତିଷ୍ଠାତା ଏଲୋନ ମସ୍କ ଏବଂ ଆମାଜନର ଜେଫ ବେଜୋସଙ୍କୁ ଅତିକ୍ରମ କରି ଭ୍ଲାଡିମିର୍‌ ପୁଟିନ୍‌ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରନ୍ତି। ରୁଷିଆ ସରକାରଙ୍କ ପୂର୍ବତନ ପରାମର୍ଶଦାତା ଷ୍ଟାନିସ୍ଲାଭ ବେଲକୋଭସ୍କି ପୁଟିନଙ୍କ ସମ୍ପତ୍ତିର ମୂଲ୍ୟ ୫୧ ବିଲିୟନ ପାଉଣ୍ଡ ବୋଲି ଆକଳନ କରିଛନ୍ତି। ଆମେରିକୀୟ ହେଜ ଫଣ୍ଡ ମ୍ୟାନେଜର ବିଲ ବ୍ରାଉଡର୍‌ ‘ୱାଶିଂଟନ ପୋଷ୍ଟ’କୁ କହିଛନ୍ତି ଯେ ଏହି ସଂଖ୍ୟା ୧୪୭ ବିଲିୟନ ପାଉଣ୍ଡରୁ ଅଧିକ ହୋଇପାରେ।

Share