ମସ୍କୋ,୬।୧୦: ରୁଷିଆ ଏକ ଶକ୍ତିଶାଳୀ ନୂତନ ରଣନୈତିକ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷା କରିଛି।ଗୁରୁବାର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ସୂଚନା ଦେଇଛନ୍ତି। ତିନି ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ରୁଷିଆ ପ୍ରଥମ ଥର ପାଇଁ ଆଣବିକ ବିସ୍ଫୋରକ ଅସ୍ତ୍ର ପରୀକ୍ଷା କରିପାରିବ ବୋଲି ସେ ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି।
ପୁଟିନ ପ୍ରଥମ ଥର ପାଇଁ ସ୍ବୀକାର କରିଛନ୍ତି ଯେ, ମସ୍କୋ ହଜାର ହଜାର ମାଇଲ ଦୂରତ୍ୱରେ ଆଣବିକ ଚାଳିତ ଏବଂ ପରମାଣୁ ସକ୍ଷମ କ୍ରୁଜ କ୍ଷେପଣାସ୍ତ୍ର ବୁରେଭେଷ୍ଟନିକକୁ ସଫଳତାର ସହ ପରୀକ୍ଷଣ କରିଛି। ପୁଟିନ କହିଛନ୍ତି, ରୁଷିଆ ଏହାର ସରମାଟ ଆନ୍ତ-ମହାଦ୍ୱିପୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର ପ୍ରଣାଳୀ ଉପରେ କାର୍ଯ୍ୟ ସମାପ୍ତ କରିଛି। ଏହି ପ୍ରଣାଳୀ ନୂତନ ପିଢିର ପରମାଣୁ ଅସ୍ତ୍ରର ଏକ ପ୍ରମୁଖ ଉପାଦାନ ଅଟେ।
ରାଷ୍ଟ୍ରପତି ପୁଟିନ ୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଅନେକ ଥର ଦୁନିଆକୁ ପରମାଣୁ ଶକ୍ତି ମନେ ପକାଇ ଦେଇଛନ୍ତି। ବିଶ୍ୱର ଚାପ ବଢିବା ପରେ ପୁଟିନ କହିଥିଲେ ଯେ,କୌଣସି ବ୍ୟକ୍ତରୁଷିଆ ବିରୋଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିପାରିବେ ନାହିଁ। ପୁଟିନଙ୍କ ଏହି ବୟାନକୁ ଏକ ଚେତାବନୀ ଭାବରେ ଦେଖାଯାଇଥିଲା।