ଯୁଦ୍ଧ ବିରତି ଘୋଷଣା କରିବ ରୁଷିଆ

ମସ୍କୋ,୮।୩: ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନର ୧୩ତମ ଦିନରେ ରୁଷିଆ ସିଜଫାୟାର(ଅସ୍ତ୍ରବିରତି) ଘୋଷଣା କରିବାକୁ ଯାଉଛି। ଏଥିଯୋଗୁ ମଙ୍ଗଳବାର ସକାଳ ୧୦ଟାରୁ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ରହିବ। ଯାହା ଫଳରେ ୟୁକ୍ରେନ ରାଜଧାନୀ କ୍ୱିଭ, ଚେରନିଗୋଭ, ସମି ଏବଂ ଅନ୍ୟ କିଛି ସହରରେ ଫସିଥିବା ଲୋକଙ୍କ ପାଇଁ ମାନବିକ କରିଡର କରାଯାଇପାରିବ। ଏ ନେଇ ରୁଷିଆର ନ୍ୟୁଜ ଏଜେନ୍ସି ଇଣ୍ଟରଫାକ୍ସ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।

ବେଲାରୁସର ପୂର୍ବାଞ୍ଚଳରେ ଦୁଇ ଦେଶର ପ୍ରତିନିଧୀଙ୍କ ମଧ୍ୟରେ ତୃତୀୟ ରାଉଣ୍ଡ ଆଲୋଚନାର କିଛି ଘଣ୍ଟା ପରେ ରୁଷିଆ ସିଜଫାୟାର ଘୋଷଣା କରିଛି।

ପୂର୍ବରୁ ରୁଷିଆ ୟୁକ୍ରେନ ନାଗରିକଙ୍କୁ ବେଲାରୁସ ସହାୟତାରେ ଉଦ୍ଧାର କରିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଏହି ଯୋଜନାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲା ୟୁକ୍ରେନ।

Share