ପାକିସ୍ତାନ ପାଇଁ ବିପଦ ଘଣ୍ଟି: ଅସ୍ତ୍ରଶସ୍ତ୍ର ଯୋଗାଇବ ନାହିଁ ରୁଷ

ମସ୍କୋ,୪।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ)ରେ ଯୋଗ ଦେବାକୁ ପାଇଁ ମସ୍କୋରେ ପହଞ୍ଚିଛନ୍ତି। ଏଠାରେ ସେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କୁ ଭେଟି ଦ୍ୱିପାକ୍ଷୀୟ ସହଯୋଗ ବଢାଇବା ନେଇ ଆଲୋଚନା କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ବୈଠକ ହୋଇଥିଲା। ଏହି ବୈଠକରେ ଭାରତକୁ ରୁଷ ପ୍ରତିଶ୍ରୁତି ଦେଇ କହିଛି ପାକିସ୍ତାନକୁ ଦେଶ କୌଣସି ଅସ୍ତ୍ରଶସ୍ତ୍ର ଯୋଗାଇବ ନାହିଁ। ଏହାସହ ଭାରତକୁ ରକ୍ଷା ସହ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ଭରସା ଦେଇଛି ରୁଷ। ଏହି ବୈଠକରେ ଉଭୟ ନେତାଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଦେଖାଯାଇଥିଲା। ଏସସିଓ ସଦସ୍ୟ ଦେଶର ସମସ୍ତ ଆଠଜଣ ପ୍ରତିରକ୍ଷା ମନ୍ତ୍ରୀ ଆତଙ୍କବାଦ, ଉଗ୍ରବାଦ ଏବଂ ଆଞ୍ଚଳିକ ସୁରକ୍ଷା ଆହ୍ବାନ ଉପରେ ଆଲୋଚନା କରିବେ।

Share