କୃଷ୍ଣସାଗର ଶସ୍ୟ ଚୁକ୍ତିକୁ ପୁଣି ଫେରିବାକୁ ପ୍ରସ୍ତୁତ ଋଷିଆ, ଜାତିସଂଘରେ ଦାବିକଲା ଆମେରିକା

ଜାତିସଂଘ,୨।୮: କୃଷ୍ଣସାଗର ଶସ୍ୟ ଚୁକ୍ତିକୁ ପୁଣି ଫେରିବାକୁ ଚାହୁଁଛି ଋଷିଆ। ମିଳିତ ଜାତିସଂଘରେ ଆମେରିକାର ଦୂତ ଏନେଇ ସୂଚନା ଦେଇଛନ୍ତି। ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ-ଗ୍ରୀନଫିଲ୍ଡ ଜାତିସଂଘରେ କହିଛନ୍ତି, ଋଷ ଫେରିବା ନେଇ ଆମେ କୌଣସି ସ୍ପଷ୍ଟ ସୂଚନା ପାଇନାହୁଁ। କିନ୍ତୁ ଆଶା କରୁଛୁ ଯେ, ଋଷ ଏହି ଚୁକ୍ତିନାମାକୁ ପୁଣି ଫେରିପାରେ।
ସେ କହିଛନ୍ତି, ଯଦି ଋଷ ଏହାର ସାରକୁ ବିଶ୍ୱ ବଜାରକୁ ଆଣିବାକୁ ଏବଂ କୃଷି କାରବାରକୁ ସହଜ କରିବାକୁ ଚାହୁଁଛି ତେବେ ତାକୁ ଏହି ଚୁକ୍ତିନାମାକୁ ଫେରିବାକୁ ପଡ଼ିବ।

Share