କରୋନାର ଦ୍ୱିତୀୟ ଟିକା ପ୍ରସ୍ତୁତ କରିଥିବା ଦାବି କଲା ରୁଷିଆ

ମସ୍କୋ,୧୫ ।୧୦: ଗୋଟିଏ ପଟେ କରୋନା ମହାମାରୀ ସହ ସାରା ବିଶ୍ୱ ଲଢି ଚାଲିଥିବା ବେଳେ ଅନ୍ୟପଟେ ଏବେ ରୁଷିଆ କରୋନାର ଦ୍ୱିତୀୟ ଟିକା ବିକଶିତ କରିଥିବା ଦାବି କରିଛି । ଏହି ଘୋଷଣା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର କରଥିବା ସୂଚନା ମିଳିଛି । ଏହା ପୂର୍ବରୁ ମଧ୍ୟ ରୁଷିଆ ପ୍ରଥମେ କରୋନା ଭ୍ୟାକ୍ସିନ ବିକଶିତ କରିଥିବା ଘୋଷଣା କରିଥିଲା । ଅନ୍ୟପଟେ ଏବେ ସାରା ବିଶ୍ୱରେ ବିଭିନ୍ନ ଦେଶରେ କରୋନା ଭ୍ୟାକ୍ସିନ ଉପରେ କାମ ଚାଲିଥିବା ବେଳେ କଛି ଦେଶରେ ଏହାର ଟ୍ରାଏଲ ମଧ୍ୟ କରାଗଲାଣି । କୁହାଯାଉଛି ଏଥର ରୁଷିଆ ଯେଉଁ ଭ୍ୟାକ୍ସିନକୁ ପଞ୍ଜୀକୃତ କରିଛି ତାହା ସିନ୍ଥେଟିକ ଭାଣିସ ପ୍ରୋଟିନ ବ୍ୟବହାର କରି ରୋଗ ପ୍ରତିରୋଧକ ପତିକ୍ରିୟା ସୃଷ୍ଟି କରିଥାଏ । ରୁଷିଆ ରାଷ୍ଟ୍ରପତିଙ୍କ ସମେତ ଉପ ପ୍ରଧାନମନ୍ତ୍ରୀ ମଧ୍ୟ କହିଛନ୍ତି ଦ୍ୱିତୀୟ ଭ୍ୟାକ୍ସିନ ସୁରକ୍ଷିତ । ପାଖାପାଖି ୪୦ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ଏହା ପରୀକ୍ଷା କରାଯାଇଛି ।

Share