ମସ୍କୋ,୨୫।୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ। ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଯୁଦ୍ଧ ସମୟରେ ଉଭୟ ଦେଶ ମଧ୍ୟ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି।
ସୂଚନା ଦେଇ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହାର ସୈନ୍ୟବାହିନୀ ଶୁକ୍ରବାର କ୍ରିମିଆ ଉପରେ ୟୁକ୍ରେନ ଦ୍ୱାରା ଛଡାଯାଇଥିବା ୪୨ ଡ୍ରେନ୍କୁ ଧ୍ୱଂସ କରିଦେଇଛି।
ମନ୍ତ୍ରଣାଳୟ କହିଛି, ବାୟୁ ପ୍ରତିରକ୍ଷା ବାହିନୀ ଦ୍ୱାରା ନଅଟି ଡ୍ରୋନ ନଷ୍ଟ ହୋଇଯାଇଥିବାବେଳେ ୩୩ଟି ଇଲେକ୍ଟ୍ରୋନିକ ଯୁଦ୍ଧ ଦ୍ୱାରା ନଷ୍ଟ କରାଯାଇଛି।