ରୁଷିଆ ଉପରେ ଡ୍ରୋନ ଆକ୍ରମଣ କଲା ୟୁକ୍ରେନ, ମୁହଁତୋଡ ଜବାବ ଦେଲେ ରୁଷିଆ ସୈନିକ

ମସ୍କୋ,୩୦।୮: ଗତ ଦେଢ ବର୍ଷ ଧରି ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ବୁଧବାର ରୁଷିଆ ଦାବି କରିଛି ଯେ ପଶ୍ଚିମ ରୁଷିଆର ପସ୍କୋଭ ସହରର ବିମାନବନ୍ଦରରେ ୟୁକ୍ରେନ ପକ୍ଷରୁ ଡ୍ରୋନ ଆକ୍ରମଣ କରାଯାଇଛି। ଏହାର ଜବାବରେ ରୁଷିଆର ସୈନିକମାନେ ଡ୍ରୋନକୁ ତଳକୁ ଖସାଇଛନ୍ତି। ପଶ୍ଚିମ ରୁଷିଆର ଆଞ୍ଚଳିକ ରାଜ୍ୟପାଳ ମିଖାଇଲ ବେର୍ଦାନିିକୋଭ ଏହି ସୂଚନା ଦେଇଛନ୍ତି।ରୁଷିଆ ଦାବି କରିଛି ଯେ, ଦକ୍ଷିଣ ବ୍ରାଏନସ୍କ ଅଞ୍ଚଳରେ ତିନୋଟି ୟୁକ୍ରେନ ଡ୍ରୋନ ଏବଂ କେନ୍ଦ୍ରୀୟ ଅର୍ଲୋଭ ଅଞ୍ଚଳରେ ଗୋଟିଏ ଡ୍ରୋନକୁ ତଳକୁ ଖସାଯାଇଛି।

Share