ପୁଟିନଙ୍କ ଉପରେ ବିପଦ ଥିବା ଅନୁମାନ କଲେ ରୁଷିଆର ପୂର୍ବତନ ଅଧିକାରୀ, ଓ୍ବାଗନର ମୁଖ୍ୟଙ୍କୁ ନେଇ ପ୍ରକଟ କଲେ ଭୟ

ମସ୍କୋ,୧୬।୭: ରୁଷିଆ ରାଷ୍ଟ୍ରବାଦୀ ବ୍ଲଗର ତଥା ପୂର୍ବତନ ଏଫଏସବି ଅଧିକାରୀ ଇଗୋର ଗିରକିନ କହିଛନ୍ତି, ୟୁକ୍ରେନ ଉପରେ ଆକ୍ରମଣ କରିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭାରି ପଡିପାରେ। ସେ କହିଛନ୍ତି, ଯଦି ଯୁଦ୍ଧ ବନ୍ଦ କରା ନ ଯାଏ ତେବେ ରୁଷିଆ ରାଷ୍ଟ୍ରପତିଙ୍କୁ ନିଜ ଲୋକଙ୍କର ବିରୋଧକୁ ସାମ୍ନା କରିବାକୁ ପଡିପାରେ, ଏହି କାରଣରୁ ତାଙ୍କୁ ରାଷ୍ଟ୍ରପତି ପଦରୁ ବି ହଟାଇ ଦିଆଯାଇପାରେ।

ସୂଚନାଯୋଗ୍ୟ, ଗିର୍କିନ ଷ୍ଟ୍ରେଲକୋଭ ଭାବରେ ମଧ୍ୟ ଜଣାଶୁଣା। ୨୦୧୪ରେ, ସେମାନେ ୟୁକ୍ରେନର ସ୍ଲୋଭିଆନ୍ସ ଏବଂ ଡୋନେଟସ୍କରେ ବ୍ୟାପକ ଧ୍ୱଂସ ଘଟାଇଥିଲେ। ଏଥି ସହିତ, ବର୍ତ୍ତମାନ ରୁଷିଆର ବ୍ଲଗର୍‌ ଇଗୋର ୟୁକ୍ରେନର ସେନା ଏବଂ ପୁଟିନଙ୍କୁ ୟୁକ୍ରେନରେ ଯୁଦ୍ଧ କରିବା ପାଇଁ ନିନ୍ଦା କରୁଛନ୍ତି। ତେବେ ସେ ଏହି ଯୁଦ୍ଧକୁ ସମର୍ଥନ କରନ୍ତି।

Share