ଡ୍ରୋନ୍‌ ଆକ୍ରମଣ ପଛରେ ଆମେରିକାର ହାତ ଥିବା କହିଲା ରୁଷିଆ

ମସ୍କୋ,୪ା୫: କ୍ରେମଲିନ ଉପରେ ଡ୍ରୋନ ଆକ୍ରମଣ ପଛରେ ଆମେରିକାର ହାତ ରହିଛି। କିଭ୍‌ ଆମେରିକାର ଆଦେଶରେ ଏହି ଆକ୍ରମଣ କରିଥିଲା। ରୁଷିଆ ଗୁରୁବାର ଏହି ବଡ ଅଭିଯୋଗ ଆଣିଛି। ପ୍ରକୃତରେ କିଭ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ହତ୍ୟା କରିବାକୁ ଚାହୁଁଥିବା ଅଭିଯୋଗ ହୋଇଛି। ତେବେ କ୍ରେମଲିନ ଉପରେ ଡ୍ରୋନ ଆକ୍ରମଣ ବିଫଳ ହୋଇଥିଲା।

କ୍ରେମଲିନ ମୁଖପାତ୍ର ଦମିତ୍ରୀ ପେସ୍କୋଭ କହିଛନ୍ତି, କୌଣସି ପ୍ରମାଣ ନ ଦେଇ କିଭ ଆମେରିକାର ନିର୍ଦ୍ଦେଶ ପରେ ବୁଧବାର ସକାଳେ କ୍ରେମଲିନ ଉପରେ ଡ୍ରୋନ ଷ୍ଟ୍ରାଇକ୍‌ କରିଛି। ଅନ୍ୟପକ୍ଷରେ ଏପରି ଅଭିଯୋଗକୁ କିଭ୍‌ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି।

Share