ରୁଷିଆ କହୁଛି ଭାକ୍ସିନ ଆଣିଲା

ମସ୍କୋ/ଜେନେଭା,୧୨ା୮ (ଆଇଏଏନ୍‌ଏସ୍‌): ସାରା ବିଶ୍ୱରେ ଲୋକଙ୍କ ଜୀବନ ନେଇଚାଲିଥିବା ଆତଙ୍କ ସୃଷ୍ଟିକାରୀ ମହାମାରୀ କରୋନାର ପ୍ରଥମ ଟିକା ରୁଷିଆ ଉଦ୍ଭାବନ କରିଛି। ମଙ୍ଗଳବାର ସକାଳେ ‘ସ୍ପୁଟନିକ୍‌ ଭି’ ଭାକ୍ସିନକୁ ମଞ୍ଜୁରୀ ଦିଆଯାଇଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି। ଏହି ଟିକା ସ୍ଥିର କୋଷିକା ଓ ଆଣ୍ଟିବଡି ପ୍ରତିଷେଧକ ପ୍ରସ୍ତୁତ କରିବାରେ ସକ୍ଷମ ବୋଲି ସେ ପ୍ରକାଶ କରିଛନ୍ତି। ରୁଷିଆର ଏହି ସଫଳତା ବିଶ୍ୱବାସୀଙ୍କ ପାଇଁ ଆଶାର ଆଲୋକ ଆଣିଦେଇଥିବାବେଳେ ଭାକ୍ସିନକୁ ଅନୁମୋଦନ ଦେବା ପୂର୍ବରୁ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି।
କୋଭିଡ୍‌-୧୯ ଟିକା ପ୍ରସ୍ତୁତିକୁ ନେଇ ବିଶ୍ୱରେ ପ୍ରତିଦ୍ୱନ୍ଦ୍ୱିତା ଲାଗିରହିଥିବା ବେଳେ ରୁଷିଆ ଏହି କ୍ଷେତ୍ରରେ ସଫଳତା ହାସଲ କରିଛି। ରାଷ୍ଟ୍ରପତି ପୁଟିନ କହିଛନ୍ତି, ନୋଭେଲ କରୋନା ଭାଇରସ୍‌ର ଟିକା ମଙ୍ଗଳବାର ସକାଳେ ଅନୁମୋଦନ କରାଯାଇଛି। ତାଙ୍କର ଜଣେ ଝିଅଙ୍କଠାରେ ଏହା ପ୍ରୟୋଗ କରାଯାଇଛି। ଟେଷ୍ଟିଂରେ ଭାଗନେଇଥିବା ଝିଅ ଦ୍ୱିତୀୟ ଥର ଟିକା ନେଇଥିବାବେଳେ ତାଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। ତାଙ୍କ ଶରୀରରେ ଆଣ୍ଟିବଡି ମାତ୍ରା ବଢ଼ିଯାଇଥିବାରୁ ଏବେ ସେ ସୁସ୍ଥ ଅଛନ୍ତି। ସେହିପରି ଅନ୍ୟ କେତେଜଣ ଲୋକ ଏହି ଭାକ୍ସିନ ଗ୍ରହଣ କରିବା ପରେ ସେମାନଙ୍କଠାରେ କରୋନାର କୌଣସି ପ୍ରକାର ଲକ୍ଷଣ ଦେଖିବାକୁ ମିଳିନାହିଁ। ପ୍ରକାଶ ଯେ, ପୁଟିନଙ୍କର ଦୁଇ ଝିଅ ଅଛନ୍ତି। ମାରିଆଙ୍କ ଜନ୍ମ ୧୯୮୫ରେ ଓ କାଟେରିନାଙ୍କ ଜନ୍ମ ୧୯୮୬ରେ ହୋଇଥିଲା। ତେବେ ମାରିଆ କି କାଟେରିନା କାହା ଶରୀରରେ ଏହି ଟିକା ପ୍ରୟୋଗ କରାଯାଇଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଏହି ଭାକ୍ସିନକୁ ଗାମାଲେୟା ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଓ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଛି। ଅଗଷ୍ଟ ୩ରେ ବର୍ଡେନ୍‌କୋ ମେନ୍‌ ମିଲିଟାରି କ୍ଲିନିକାଲ୍‌ ହସ୍ପିଟାଲରେ ଏହାର କ୍ଲିନିକାଲ ଟ୍ରାଏଲ କରାଯାଇଥିବା ଭଲ୍ୟୁଣ୍ଟିୟରମାନଙ୍କଠାରେ ଚୂଡ଼ାନ୍ତ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ସେମାନଙ୍କଠାରେ
କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇ ନ ଥିବାବେଳେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଥିବା ସେଠାକାର ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଥିଲା। ଡବ୍ଲ୍ୟୁଏଚ୍‌ଓ ଅନୁସାରେ ବିଶ୍ୱର ମୋଟ ୧୬୫ ପ୍ରତିଯୋଗୀ କରୋନା ଟିକା ବାହାର କରିବା ପାଇଁ ଗବେଷଣା ଚଳାଇଛନ୍ତି। ସେମାନଙ୍କ ମଧ୍ୟରୁ ତୃତୀୟ ପର୍ଯ୍ୟାୟରେ ପହଞ୍ଚତ୍ଥିବା ଭାକ୍ସିନ ପ୍ରସ୍ତୁତକାରୀ ୬ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରୁ ୩ ହେଉଛନ୍ତି ଚାଇନାର। ଅନ୍ୟ ୩ ପ୍ରସ୍ତୁତକାରୀ ହେଲେ ‘ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକା’, ‘ମୋଡେର୍ନା’ ଏବଂ ‘ପିଫାଇଜର ଓ ବାୟୋନ୍‌ ଟେକ୍‌’। ଜାତିସଂଘର ସ୍ବାସ୍ଥ୍ୟ ସଂସ୍ଥା ଡବ୍ଲ୍ୟୁଏଚ୍‌ଓ ମୁଖପାତ୍ର ତାରିକ୍‌ ଜସାରେଭିକ୍‌ ଜେନେଭାଠାରେ ଖବରଦାତାମାନଙ୍କୁ କହିଛନ୍ତି, ରୁଷିଆ କର୍ତ୍ତୃପକ୍ଷଙ୍କ ସହ ଆମେ ଯୋଗାଯୋଗରେ ରହିଛୁ। ‘ସ୍ପୁଟନିକ୍‌ ଭି’ ଭାକ୍ସିନକୁ ସ୍ବୀକୃତି ଦେବା ପୂର୍ବରୁ ଡବ୍ଲ୍ୟୁଏଚ୍‌ଓର ସମସ୍ତ ମାନଦଣ୍ଡରେ ଏହା ଉତ୍ତୀର୍ଣ୍ଣ ହେବା ଆବଶ୍ୟକ।
କରୋନା ଭାଇରସ୍‌ ବିଶ୍ୱର ୭୪୦,୦୦୦ ଲୋକଙ୍କ ଜୀବନ ନେବାସହ ୨୦ ନିୟୁତ ଲୋକଙ୍କୁ ସଂକ୍ରମିତ କରିଛି। ଏହାସହ କୋଭିଡ୍‌-୧୯ର ମୁକାବିଲା ପାଇଁ ବିଭିନ୍ନ ଦେଶରେ ଜାରି କଟକଣା ଯୋଗୁ ବିଶ୍ୱ ଅର୍ଥନୀତି ଦୋହଲିଯାଇଛି। ଆମେରିକା, ବ୍ରାଜିଲ ଓ ଭାରତ ପରେ ରୁଷିଆ ହେଉଛି କରୋନା ଭାଇରସ୍‌ ପ୍ରଭାବିତ ଚତୁର୍ଥ ରାଷ୍ଟ୍ର। ବିଗତ ୨୪ ଘଣ୍ଟା ମଧ୍ୟରେ ରୁଷିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ୪,୯୪୫ ବୃଦ୍ଧି ଘଟି ଏହା ୮୯୭,୫୯୯ରେ ପହଞ୍ଚତ୍ଛି। ଏଭଳି ସମୟରେ ରୁଷିଆ ପକ୍ଷରୁ ଟିକା ବାହାର କରାଯିବା ପରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବା କୁହାଯାଉଛି। କାରଣ ଏପ୍ରିଲ ୨୩ ପରଠୁ ପ୍ରଥମଥର ପାଇଁ ଦୈନିକ ନୂଆ ମାମଲା ୫,୦୦୦ରୁ କମ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବା ପଡିଲା ଭାରି: କାଙ୍ଗାଳ ହୋଇଗଲା ପାକିସ୍ତାନ!

ନୂଆଦିଲ୍ଲୀ,୧୮।୩: ୨୯ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ପାକିସ୍ତାନକୁ ଏକ ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରିବାର ସୁଯୋଗ ମିଳିଥିଲା। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନିଜେ...

ନଅ ମାସ ପରେ ମହାକାଶ ଷ୍ଟେସନରୁ ଘରକୁ ଫେରୁଛନ୍ତି ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ,୧୮ା୩: ମହାକାଶରେ ଦୀର୍ଘ ନଅ ମାସର ଯାତ୍ରାର ଶେଷ କରି ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ମଙ୍ଗଳବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରୁ ଅନଡକ୍...

ଗାଜା ଷ୍ଟ୍ରିପରେ ପୁଣି ବୋମା ବର୍ଷା କଲା ଇସ୍ରାଏଲ: ୨୦୦ରୁ ଅଧିକ ପାଲେଷ୍ଟାନୀଙ୍କ ମୃତ୍ୟୁ

ଗାଜା,୧୮।୩: ଇସ୍ରାଏଲ ପୁଣି ଥରେ ଗାଜା ଷ୍ଟ୍ରିପରେ ଏକ ବଡ଼ ଆକ୍ରମଣ କରିଛି। ମଙ୍ଗଳବାର ସକାଳେ ଇସ୍ରାଏଲୀ ବିମାନ ଆକ୍ରମଣରେ ସମଗ୍ର ଗାଜା ଷ୍ଟ୍ରିପ ଥରି...

China Xi Jinping: ନିଜ ଦେଶରେ ବିଦ୍ରୋହର ସାମ୍ନା କରୁଛନ୍ତି ଜିନପିଙ୍ଗ: ଡ୍ରାଗନର ହଜିଲା ନିଦ

ବେଜିଂ,୧୮।୩: ଚାଇନାର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ରେ ସମ୍ପ୍ରତି ଅନେକ ବଡ଼ ପରିବର୍ତ୍ତନ ଦେଖାଯାଇଛି। ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନେତୃତ୍ୱରେ ଦୁର୍ନୀତି ଦୂରୀକରଣ ଅଭିଯାନର ଅଂଶ...

ଗାଜାରେ ଇସ୍ରାଏଲର ଭୟଙ୍କର ଆକ୍ରମଣ: ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ,୧୮ା୩: ମଙ୍ଗଳବାର ପ୍ରତ୍ୟୁଷରେ ଇସ୍ରାଏଲୀ ସେନା ଗାଜା ଷ୍ଟ୍ରିପ୍ ଉପରେ ଏକ ବଡ଼ ଧରଣର ଆକ୍ରମଣ ଆରମ୍ଭ କରିଛି। ଯାହା ପ୍ରାୟ ଦୁଇ ମାସ ପୂର୍ବେ...

ପାକିସ୍ତାନରେ ଖେଳଣା ବନ୍ଧୁକ ଉପରେ ଲାଗିଲା ପ୍ରତିବନ୍ଧକ: ଜାଣନ୍ତୁ କାହିଁକି

ପେଶାୱର,୧୭।୩: ପାକିସ୍ତାନର ପେଶାୱର ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଥିବାରୁ ସ୍ଥାନୀୟ ପ୍ରଶାସନ ଖେଳଣା ବନ୍ଧୁକ ଏବଂ ଫୋଟକା ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି...

ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କୁ ପରମାଣୁ ଅସ୍ତ୍ର ବ୍ୟବହାର ନକରିବାକୁ ରାଜି କରାଇଥିଲେ: ପୋଲାଣ୍ଡ ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୩: ପୋଲାଣ୍ଡର ଉପ-ବୈଦେଶିକ ମନ୍ତ୍ରୀ ଏବଂ ରାଜ୍ୟ ସଚିବ, ୱାଡିସଲା ତେଓଫିଲ ବାର୍ଟୋସଜେୱସ୍କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ରଣନୈତିକ ପରମାଣୁ ଅସ୍ତ୍ର...

ପୋଡକାଷ୍ଟରେ ଚାଇନା ବିଷୟରେ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି, ଚାଇନା କଲା ବାଃ ବାଃ…

ନୂଆଦିଲ୍ଲୀ,୧୭।୩: ଲେକ୍ସ ଫ୍ରିଡମ୍ୟାନ ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନକୁ ଚାଇନା ସକାରାତ୍ମକ ପ୍ରତିକ୍ରିୟା ଦେଇଛି। ଚାଇନା ବୈଦେଶିକ ମନ୍ତ୍ରଣାଳୟ ଭାରତ-ଚାଇନା ସମ୍ପର୍କକୁ ମଜବୁତ କରିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image