ରୁଷିଆ କରୋନା ଟିକା ‘ସ୍ପୁଟନିକ ଭି’ ୯୫% ଫଳପ୍ରଦ ଦାବି

ମସ୍କୋ,୨୪।୧୧: ବିଶ୍ୱର ଅନେକ ଦେଶ ଏବେ କରୋନା ଟିକା ପ୍ରସ୍ତୁତିରେ ଲାଗିପଡିଛନ୍ତି। ରୁଷିଆ ମଧ୍ୟ ନିଜ ଦେଶରେ ପ୍ରସ୍ତୁତ କରୋନା ଟିକା ‘ସ୍ପୁଟନିକ ଭି’ ନେଇ ବେଶ୍‌ ଆଶାବାଦୀ ରହିଛି। ଋଷିଆର ସ୍ବାସ୍ଥ୍ୟ ମନ୍ତ୍ରଣାାଳୟ ପକ୍ଷରୁ କୁହାଯାଇଛି ଯେ ‘ସ୍ପୁଟନିକ ଭି’ ଟିକା ସବୁଠୁ ପ୍ରଭାବଶାଳୀ ଏବଂ ୯୫% ସଫଳ । ଏହି ଟିକା ନେବାର ୨୮ ଦିନ ପରେ ଏହାର ପରିଣାମ ୯୧.୪ ପ୍ରତିଶତ ସଫଳ ଥିଲା। ହେଲେ ୪୨ ଦିନ ପରେ ଏହା ୯୫% ସଫଳ ବୋଲି କୁହାଯାଇଛି। ଏହି ଟିକା ଋଷିଆ ନାଗରିକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ। ୨୦୨୧ ସୁଦ୍ଧା ୫୦ କୋଟିରୁ ଅଧିକ ଲୋକଙ୍କୁ ଦିଆଯିବା ନେଇ ଯୋଜନା ରହିଛି। ବଜାରରେ ଏହି ଟିକାର ଦାମ ୭୪୦ ଟଙ୍କାରୁ କମ ରହିବ। ଲୋକମାନେ ଦୁଇଟି ଟିକା ନେବା ଦରକାର। ଋଷିଆ ଏବେ ଅନ୍ୟ ଦେଶକୁ ମଧ୍ୟ ଟିକା ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ଏହି କ୍ରମରେ ଭାରତକୁ ମଧ୍ୟ ରୁଷିଅଶ ଏହି ଟିକା ଯୋଗାଇବ। ଭାରତରେ ପ୍ରଥମେ କ୍ଲିନିକାଲ ପରୀକ୍ଷା ସଫଳ ହେବା ପରେ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହେବ ବୋଲି ଜଣାପଡ଼ିଛି।

 

Share