ପରମାଣୁ ପ୍ଲାଣ୍ଟ କବ୍‌ଜା କଲା ରୁଷିଆ

କ୍ୱିଭ୍‌,୪।୩: ରୁଷିଆ ସୈନ୍ୟବାହିନୀ ୟୁକ୍ରେନର ଜାପୋରିଜିଆ ପରମାଣୁ ପାଓ୍ବାର ପ୍ଲାଣ୍ଟକୁ କବ୍ଜା କରି ନେଇଛି। ଏହାପୂର୍ବରୁ ରୁଷିଆ ସେନା ଏହାକୁ ବୋମାମାଡ଼ କରିଥିଲା, ଏହା ପରେ ପ୍ଲାଣ୍ଟ ପରିସରରେ ଧୂଆଁ ବାହାରୁଥିଲା। ଆମେରିକା, ବ୍ରିଟେନ ଇତ୍ୟାଦି ଏହା ଉପରେ ଉଦବେଗ ପ୍ରକାଶ କରିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଥିଲେ, ଯଦି ପରମାଣୁ ବିସ୍ଫୋରଣ ହୁଏ ତେବେ ସମଗ୍ର ୟୁରୋପ ଧ୍ୱଂସ ହୋଇଯିବ।
ଏ ପର୍ଯ୍ୟନ୍ତ ଜେଡଏନପିପିର ୟୁନିଟ ସଠିକ ଭାବରେ କାମ କରୁଛି । ଏଥିରେ ସମୁଦାୟ ୬ଟି ପରମାଣୁ ରିଆକ୍ଟର ଅଛି । ଏହା ୟୁରୋପର ସବୁଠାରୁ ବଡ ଆଣବିକ ଶକ୍ତି କେନ୍ଦ୍ର ଅଟେ। ବର୍ତ୍ତମାନ ଏହାର ବିକିରଣ ସ୍ତରରେ କୌଣସି ପରିବର୍ତ୍ତନ ହୋଇନାହିଁ।

Share