ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ୪୦୦ ଆତଙ୍କବାଦୀ ପଠାଇଛି ରୁଷିଆ: ବ୍ରିଟିଶ୍‌ ଗଣମାଧ୍ୟମ ସଂସ୍ଥା !…

ମସ୍କୋ/କ୍ୱିଭ୍‌,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷିଆ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର ରଚିଥିବା ବ୍ରିଟିଶ୍‌ ଗଣମାଧ୍ୟମ ସଂସ୍ଥା ଦାବି କରିଛି। ଏଥି ଲାଗି ୪୦୦ ଆତଙ୍କବାଦୀଙ୍କୁ ନିଯୁକ୍ତ କରାଯାଇଛି। ଆତଙ୍କବାଦୀମାନେ ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ରେ ରହିଛନ୍ତି।
ବ୍ରିଟିଶ୍‌ ଗଣମାଧ୍ୟମ ସଂସ୍ଥା ଦ ଟାଇମ୍ସ୍‌ ପକ୍ଷରୁ ଏଭଳି ଦାବି କରାଯାଇଛି। ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି ହୋଇଥିବା ଗଣମାଧ୍ୟମ ସଂସ୍ଥା ପକ୍ଷରୁ କୁହାଯାଇଛି।

Share