ପରମାଣୁ ଚୁକ୍ତିକୁ ଫେରିବା ପାଇଁ ଆମେରିକା ସମ୍ମୁଖରେ ସର୍ତ୍ତ ରଖିଲା ରୁଷିଆ…

ମସ୍କୋ,୩।୬ :ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷିଆର ଉପ ବୈଦେଶିକ ମନ୍ତ୍ରୀ ସର୍ଗେ ଇ ରାଇବକୋଭ କହିଛନ୍ତି ରୁଷିଆ ଆମେରିକା ସହିତ ନୂତନ ଷ୍ଟାର୍ଟ ଚୁକ୍ତି ପୁନଃ ଆରମ୍ଭ କରିବାକୁ ଚିନ୍ତା କରୁଛି। ତେବେ ଏହି ଚୁକ୍ତି ପାଇଁ ରୁଷିଆ ଆମେରିକା ସମ୍ମୁଖରେ ଏକ ସର୍ତ୍ତ ରଖିଛି। ରୁଷିଆ କହିଛି ଯଦି ରୁଷିଆ ପ୍ରତି ଆମେରିକା ନିଜର ଶତ୍ରୁତା ମନୋଭାବ ଛାଡିଦିଏ, ତେବେ ରୁଷିଆ ଏହି ଚୁକ୍ତିନାମା ଗ୍ରହଣ କରିବାକୁ ବିଚାର କରିପାରିବ।

କିଛି ସପ୍ତାହ ପୂର୍ବରୁ ଆମେରିକା ସୂଚନା ଦେଇଥିଲା ଏହା ରୁଷିଆକୁ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଚୁକ୍ତିନାମା ଅନୁଯାୟୀ ଆବଶ୍ୟକ ସୂଚନା ପ୍ରଦାନ ବନ୍ଦ କରିବ। ଏହାର କ୍ଷେପଣାସ୍ତ୍ର ଏବଂ ଲଞ୍ଚର ଅବସ୍ଥାନ ସମ୍ପର୍କିତ ତଥ୍ୟ ମଧ୍ୟ ଏଥିରେ ସାମିଲ ହୋଇଛି। ବାସ୍ତବରେ ଆମେରିକା କହିଥିଲା ରୁଷିଆ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିରୁ ଦୂରେଇ ଯାଇଛି, ଯେଉଁ କାରଣରୁ ଆମେରିକା ଏହି ନିଷ୍ପତ୍ତି ନେଇଛି।

ନୂତନ ଷ୍ଟାଟ ଚୁକ୍ତିରେ, ନୂତନ ଷ୍ଟ୍ରାଟେଜିକ ଅସ୍ତ୍ରଶସ୍ତ୍ର ହ୍ରାସ ପାଇଁ ଚୁକ୍ତି କରାଯାଇଥିଲା। ଶୀତଳ ଯୁଦ୍ଧ ସମୟରୁ ଦୁଇ ଦେଶ ମଧ୍ୟରେ ଶତ୍ରୁତା ଚାଲିଛି, ଯେଉଁ କାରଣରୁ ଉଭୟ ଦେଶ ହଜାର ହଜାର ଅସ୍ତ୍ରଶସ୍ତ୍ର ବିକଶିତ କରିଥିଲେ। ବଢୁଥିବା ଅସ୍ତ୍ରଶସ୍ତ୍ର ସଂଖ୍ୟାକୁ ହ୍ରାସ କରିବାକୁ ଉଭୟ ଦେଶ ପରମାଣୁ ଅସ୍ତ୍ର ସଂଖ୍ୟାକୁ ୧୫୫୦ ପର୍ଯ୍ୟନ୍ତ ସୀମିତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ନୂତନ ଷ୍ଟାର୍ଟ ଚୁକ୍ତି ଭାବରେ ନାମିତ କରାଯାଇଥିଲା।

ଏହି ଚୁକ୍ତି ୫ ଫେବୃଆରୀ ୨୦୧୧ରେ ଲାଗୁ ହୋଇଥିଲା। ଏହାର ଅବଧି ଦଶ ବର୍ଷ ଅର୍ଥାତ ୨୦୨୧ ବର୍ଷ ପର୍ଯ୍ୟନ୍ତ ଥିଲା । ପରେ ଏହାକୁ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରାଯିବାରଥିଲା । ଯଦି ଏହି ଚୁକ୍ତି ଭଙ୍ଗ ହୋଇଛି, ତେବେ ଦୁଇ ଦେଶ ମଧ୍ୟରେ ପରମାଣୁ ଅସ୍ତ୍ର ତିଆରି କରିବାର ଦୌଡ଼ ପୁଣି ଥରେ ଆରମ୍ଭ ହୋଇପାରେ ।

Share