୧୧ ୟୁକ୍ରେନ ଡ୍ରୋନ୍‌କୁ ଗୁଳି କରି ଖସାଇଲା ରୁଷିଆ…

ମସ୍କୋ,୧୦।୮ : ରୁଷିଆ-ୟୁକ୍ରେନ ଯୁଦ୍ଧ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ବିରୁଦ୍ଧରେ ଡ୍ରୋନ ଯୁଦ୍ଧ ଜାରି ରଖିଛନ୍ତି। ଏହି ସମୟରେ ରୁଷିଆ ଦାବି କରିଛି ମସ୍କୋ ଅଭିମୁଖେ ଆସୁଥିବା ୧୧ଟି ଯୁଦ୍ଧ ଡ୍ରୋନକୁ ଖସାଇ ଦେଇଛି। ରୁଷିଆ ଏହା ମଧ୍ୟ ଦାବି କରିଛି ଉଭୟ ଡ୍ରୋନ ଦ୍ୱାରା କେହି ହତାହତ ହୋଇନାହାଁନ୍ତି।

ମସ୍କୋ ମେୟର ସରୋଜ ସୋବିୟାନିନ ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ ରିପୋର୍ଟ କରି କହିଛନ୍ତି କ୍ରିମିୟା ସେବସ୍ତପୋଲ ସହରର ଆକାଶରେ ୧୧ଟି ଯୁଦ୍ଧ ଡ୍ରୋନ ଦେଖାଯାଇଥିଲା। ୨ଟି ଡ୍ରୋନକୁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଗୁଳି ଚାଳନା କରା ଯାଇଥିଲା। ସେହିପରି ୯ଟି ଡ୍ରୋନକୁ ଇଲୋକ୍ଟ୍ରୋନିକ୍ସ ଜ୍ଞାନକୌଶଳ ଦ୍ୱାରା ନଷ୍ଟ କରାଯାଇଥିଲା। ସ୍ଥାନୀୟ ସମୟ ଭୋର ୪ଟା ସମୟରେ ଡ୍ରୋନଗୁଡ଼ିକ ମସ୍କୋ ମୁହାଁ ହୋଇଥିଲା।

Share