ୟୁକ୍ରେନର ୩ ଡ୍ରୋନ୍‌କୁ ଖସାଇଲା ରୁଷିଆ

ମସ୍କୋ,୧୩ା୮: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର ନାଁ ନେଉନି। ପରସ୍ପର ପ୍ରତି ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଛନ୍ତି। ରବିବାର ୟୁକ୍ରେନ ଦ୍ୱାରା କରାଯାଇଥିବା ଡ୍ରୋନ୍‌ ଆକ୍ରମଣକୁ ଇତିମଧ୍ୟରେ ରୁଷିଆ ଖଣ୍ଡନ କରିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ରୁଷିଆ ୟୁକ୍ରେନ ଡ୍ରୋନ୍‌କୁ ଖସାଇ ଦେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ବେଲଗୋରୋଡ ଅଞ୍ଚଳରେ ୟୁକ୍ରେନର ଦୁଇଟି ଡ୍ରୋନ୍‌ ଏବଂ ଅନ୍ୟଟି କୁର୍ସ୍କ ଅଞ୍ଚଳରେ ଖସାଇ ଦିଆଯାଇଛି।

ସୂଚନାଯୋଗ୍ୟ, ମେ’ ଆରମ୍ଭରେ କ୍ରିମିୟା ଉପରେ ଏକ ଡ୍ରୋନ୍‌ ନଷ୍ଟ ହୋଇଯାଇଥିଲା। ସେବେଠାରୁ ରୁଷିଆ ଉପରେ ୟୁକ୍ରେନର ଡ୍ରୋନ୍‌ ଆକ୍ରମଣର ସଂଖ୍ୟା ବୃଦ୍ଧି ପାଇଛି। ଏହି ମାସର ତିନି ଦିନ ପୂର୍ବରୁ ଦୁଇଥର ଡ୍ରୋନ୍‌ ଆକ୍ରମଣ ଦ୍ୱାରା ମସ୍କୋକୁ ଟାର୍ଗେଟ କରିଥିଲା ୟୁକ୍ରେନ।

Share