ଆମେରିକା ଡ୍ରୋନ୍‌କୁ ଅଟକାଇଲା ରୁଷିଆ

ଓ୍ବାଶିଂଟନ,୨୬ା୭: ଆମେରିକା ଏବଂ ରୁଷିଆ ମଧ୍ୟରେ ବିବାଦ ଶେଷ ହେବାର ନାଁ ନେଉନି। ରୁଷିଆର ଏକ ଯୁଦ୍ଧ ବିମାନ ପୁଣି ଥରେ ସିରିଆରେ ଆମେରିକୀୟ ଡ୍ରୋନର ରାସ୍ତା ଅବରୋଧ କରିବାକୁ ଚେଷ୍ଟା କରିଛି। ଏହା ପ୍ରଥମ ଘଟଣା ନୁହେଁ। ସାମ୍ପ୍ରତିକ ସମୟରେ ଏଭଳି ମାମଲା ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରେ ରୁଷିଆ ୨୪ ଘଣ୍ଟା ମଧ୍ୟରେ ଦୁଇଥର ସିରିଆରେ ଆମେରିକୀୟ ଡ୍ରୋନର ରାସ୍ତା ଅବରୋଧ କରିବାକୁ ଚେଷ୍ଟା କରିଥିଲା। ଏହାର ଫଟୋ ମଧ୍ୟ ପ୍ରକାଶ ପାଇଛି। ଏଥି ସହିତ ଚଳିତ ବର୍ଷ ପ୍ରାରମ୍ଭରେ ଆମେରିକା କହିଛି, ରୁଷିଆର ଏକ ଯୁଦ୍ଧ ବିମାନ କଳା ସାଗର ଉପରେ ଡ୍ରୋନ୍‌ ମନିଟରିଂର ପ୍ରୋପୋଲରକୁ କ୍ଷତି ପହଞ୍ଚାଇଛି। ଯେଉଁଥିପାଇଁ ସେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ମସ୍କୋ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି।

Share