ପୁଣି ଥରେ କିଭ୍‌କୁ ଟାର୍ଗେଟ୍‌ କଲା ରୁଷିଆ, ଗୋଟିଏ ପରେ ଗୋଟିଏ କରୁଛି କ୍ଷେପଣାସ୍ତ୍ର ମାଡ଼

କିଭ୍‌,୧୧ା୧୧: ରୁଷିଆ-ୟୁକ୍ରେନ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧରୁ କେହି ଓହରିବାକୁ ରାଜି ନୁହନ୍ତି। ଉଭୟପକ୍ଷ ପରସ୍ପର ଉପରେ ଆକ୍ରମଣ ପ୍ରତି ଆକ୍ରମଣ କରୁଛନ୍ତି। ଏହି ସମୟରେ ସ୍ଥାନୀୟ ଅଧିକାରୀମାନେ ଶନିବାର କହିଛନ୍ତି, ସାରା ଦେଶରେ ରାତାରାତି ବୋମା ବିସ୍ଫୋରଣର ଅଂଶ ଭାବରେ ରୁଷିଆର ସୈନ୍ୟବାହିନୀ ୟୁକ୍ରେନର ରାଜଧାନୀ କିଭ୍‌କୁ ଟାର୍ଗେଟ କରିଥିବା ବେଳେ ରୁଷିଆର ଅଧିକାରୀ ୟୁକ୍ରେନ ସୈନ୍ୟମାନଙ୍କୁ ଡ୍ରୋନ ଆକ୍ରମଣ କରିଛନ୍ତି। ସେମାନେ ମସ୍କୋର ଆଖପାଖ ଅଞ୍ଚଳ ଏବଂ ସ୍ମୋଲେନ୍‌ସ୍କ ଅଞ୍ଚଳକୁ ଟାର୍ଗେଟ କରିଛନ୍ତି।

କିଭ୍‌ର ସାମରିକ ପ୍ରଶାସନର ମୁଖ୍ୟ ସେରହି ପୋପ୍‌କୋ କହିଛନ୍ତି, ୟୁକ୍ରେନ ରାଜଧାନୀ ନିକଟରେ ପହଞ୍ଚିବା ମାତ୍ରେ ଏକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଏହି ସମୟ ମଧ୍ୟରେ କେହି ମୃତାହତ ହୋଇନାହାନ୍ତି ବୋଲି ସେ କହିଛନ୍ତି। ପରେ ୟୁକ୍ରେନ ବାୟୁସେନା ନିଶ୍ଚିତ କରିଥିଲା ଯେ, ଏହି ଆକ୍ରମଣରେ ଇସ୍କାଣ୍ଡର-ଏମ୍‌ ବାଲିଷ୍ଟିକ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଛି। ଯାହା କି ଦୁଇ ମାସ ମଧ୍ୟରେ କିଭ୍‌ ଉପରେ ପ୍ରଥମ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଦେଶର ବାୟୁ ସେନା ଦ୍ୱାରା ଏହି କ୍ଷେପଣାସ୍ତ୍ର ନଷ୍ଟ କରାଯାଇଥିଲା।

Share