ରୁଷିଆ ତା’ର ହାଇପରସୋନିକ ଜିରକନ ମିଶାଇଲର କଲା ସଫଳ ପରୀକ୍ଷଣ, ଶବ୍ଦଠାରୁ ୯ ଗୁଣା ଅଧିକ ବେଗରେ ଗତି କରିବ

ମସ୍କୋ,୨୯ ।୫: ୟୁକ୍ରେନ ସହ ଲାଗି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ନୌସେନା ଶନିବାର ନିଜର ହାଇପରସୋନିକ ମିଶାଇଲର ଆଉ ଏକ ସଫଳ ପରୀକ୍ଷଣ କରିଛି । ଏହି ପରୀକ୍ଷଣ ଦ୍ୱାରା ରୁଷିଆ ସେନା ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଲମ୍ବା ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ମିଶାଇଲର ପ୍ରଦର୍ଶନ କରିଛି ।
ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଶ୍ୱେତ ସାଗରର ନଇନ ଫ୍ଲିଟର ଏଡମିରାଲ ଗୋର୍ଶକୋଭ ବାରେଂଟସ୍ ସାଗରରେ ଜିରକନ କ୍ରୁଜ ମିଶାଇଲର ସଫଳ ପରୀକ୍ଷଣ କରାଯାଇଛି । ମିଶାଇଲ ୧,୦୦୦ କିଲୋମିଟର ଦୂରରେ ଥିବା ନିଜ ଲକ୍ଷ୍ୟକୁ ଭେଦ କରିଛି । ଏହା ଜିରକନ ସିରିଜ ମିଶାଇଲର ତାଜା ପରୀକ୍ଷଣ । ଏହି ମିଶାଇଲ ଆସନ୍ତା ବର୍ଷ ସେବାରେ ଲାଗିବ ।
ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ, ଜିରକନ ମିଶାଇଲ ଧ୍ୱନିର ଗତିଠାରୁ ୯ ଗୁଣା ଅଧିକ ଓ ଏହାର ଲକ୍ଷ୍ୟଭେଦର କ୍ଷମତା ୧,୦୦୦ କଲୋମିଟର । ପୁଟିନ ଆହୁରି ମଧ୍ୟ କହିଥିଲେ ଏହା ରୁଷିଆ ସେନାରେ ସାମିଲ ହେବା ପରେ ସେନାର ଶକ୍ତି ଆହୁରି ବୃଦ୍ଧି ହେବ ।

Share