ଜାପାନ ସାଗରରେ ଜାହାଜରୁ ମିଶାଇଲର ପରୀକ୍ଷଣ କଲା ରୁଷିଆ

ଟୋକିଓ,୧୫ ।୪: ଜାପାନ ସରକାରଙ୍କ ସୂଚନା ଅନୁଯାୟୀ, ରୁଷିଆ ଦ୍ୱାରା ଜାପାନ ସାଗରରେ ଜାହାଜରୁ ପଠାଯାଇପାରୁଥିବା ମିଶାଇଲର ପରୀକ୍ଷଣ କରାଯାଇଛି । ଏହାପରେ ରୁଷିଆ ସେନାଙ୍କ ଗତିବିଧି ଉପରେ କଡା ନଜର ରଖାଯାଇଛି । ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ଜାପାନ ଉପକୂଳରେ ଏହା ରୁଷିଆ ସେନାଙ୍କ ସଦ୍ୟ ସମରାଭ୍ୟାସ । ତେବେ ଆମେରିକା ନୌସେନାର ୭ମ ଫ୍ଲିଟ ଓ ଜାପାନ ସମୁଦ୍ର ଆତ୍ମରକ୍ଷା ବଳ ଜାପାନ ସାଗରରେ ମିଳିତ ନୌସେନା ଅଭ୍ୟାସ କରିବା ଘୋଷଣା କରିବାର ଗୋଟିଏ ଦିନ ପର୍ବରୁ ରୁଷିଆ ଏହି ମିଶାଇଲ ପରୀକ୍ଷଣ କରିଛି । ଯାହା ଫଳରେ ଜାପାନ ସରକାର ଏହା ଉପରେ କଡା ନଜର ରଖିଛନ୍ତି ।
ରୁଷିଆର ଆଇଟିଏଆର-ତାସ ସମାଚାର ଏଜେନ୍ସିର ସୂଚନା ଅନୁଯାୟୀ, ରୁଷିଆ ଦୁଇଟି ଡିଜେଲ ଚାଳିତ ଜାହାଜରୁ ଗୁରୁବାର ଅଭ୍ୟାସ କରିବା ପାଇଁ କୌଲିବର କ୍ରୁଜ ମିଶାଇଲର ସଫଳତାପୂର୍ବକ ପରୀକ୍ଷଣ କରିଛି । ଜାପାନ ମିଡିଆ ପକ୍ଷରୁ ବି ଏହି ସୂଚନା ଦିଆଯାଇଛି ।

Share