‘ଆସନ୍ତା ସପ୍ତାହରେ ଆକ୍ରମଣ କରିବ ରୁଷିଆ’

ଓ୍ବାଶିଂଟନ,୧୯ା୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ସେ ନିଶ୍ଚିତ ଯେ, ରୁଷିଆ ଆସନ୍ତା ସପ୍ତାହରେ ୟୁକ୍ରେନ ଉପରେ ଆକ୍ରମଣ କରିବ। ଏହି କାରଣରୁ ରୁଷିଆ ସମର୍ଥିତ ବିଦ୍ରୋହୀଙ୍କ ପରିବାରକୁ ସୁରକ୍ଷିତ ସ୍ଥାନକୁ ପଠାଯାଉଛି। ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଏକ ବାହାନା ପ୍ରସ୍ତୁତ କରିବାକୁ ପୁଟିନ ମଧ୍ୟ ରୁଷିଆ ଉପରେ ମିଥ୍ୟା ଆକ୍ରମଣ କରିପାରନ୍ତି ବୋଲି ବାଇଡେନ ଆଶଙ୍କା କରିଛନ୍ତି। ଏହାର ଜବାବରେ ରୁଷିଆ ପୁଣିଥରେ ୟୁକ୍ରେନ ଉପରେ ଆକ୍ରମଣ ଯୋଜନାକୁ ଅସ୍ବୀକାର କରିଛି। କିନ୍ତୁ ୟୁକ୍ରେନ ସୀମାରେ ସାମରିକ ନିୟୋଜନ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଦେଇନାହିଁ। ଶନିବାର ଆଣବିକ ଅସ୍ତ୍ରଶସ୍ତ୍ର ପରିଚାଳନା କରୁଥିବା ରଣନୈତିକ ଶକ୍ତି ବାଲିଷ୍ଟିକ ଏବଂ କ୍ରୁଜ କ୍ଷେପଣାସ୍ତ୍ରର ଡ୍ରିଲ ଏବଂ ପରୀକ୍ଷଣ କରିଥିଲେ। ଯାହାକୁ ପୁଟିନ ନିଜେ ଦେଖିଥିଲେ। ଏହି ସମୟରେ ରୁଷିଆ ସମର୍ଥିତ ବିଦ୍ରୋହୀ ଏବଂ ୟୁକ୍ରେନ ସୈନ୍ୟ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।

Share