ରୁଷିଆ ପ୍ରସ୍ତୁତ କରିବ ନୂତନ ସୁରକ୍ଷା ପ୍ରଣାଳୀ, ମସ୍କୋକୁ ଅସ୍ଥିର କରିବା ଯୋଜନା ହେବ ବିଫଳ: ପୁଟିନ…

ମସ୍କୋ,୩।୬ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି କେତେକ ମାନସିକ ରୋଗୀ ଦେଶକୁ ଅସ୍ଥିର କରିବାକୁ ଚାହୁଁଛନ୍ତି, କିନ୍ତୁ ଆମେ ସେମାନଙ୍କ ଯୋଜନା ସଫଳ ହେବାକୁ ଦେବୁ ନାହିଁ। ଖୁବଶୀଘ୍ର ଏନେଇ ନୂତନ ସୁରକ୍ଷା ପ୍ରଣାଳୀ ପ୍ରସ୍ତୁତ କରାଯିବ। ତାଙ୍କ କ୍ୟାବିନେଟର ସଦସ୍ୟମାନଙ୍କୁ ସମ୍ବୋଧିତ କରି ପୁଟିନ କହିଛନ୍ତି କୌଣସି ପରିସ୍ଥିତିରେ ଆମକୁ ଦେଶକୁ କୁଚକ୍ରିଙ୍କ ଚକ୍ରାନ୍ତରୁ ରକ୍ଷା କରିବାକୁ ପଡିବ।

ସୁରକ୍ଷା ପରିଷଦ ଖୁବ ଶୀଘ୍ର ସମଗ୍ର ଘଟଣା ଉପରେ ବିଚାର କରିବ ଏବଂ ସୁରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବ। ରୁଷିଆ ସେନା ଶୁକ୍ରବାର ୟୁକ୍ରେନର ରାଜଧାନୀ କିଭ ଉପରେ ପୁଣିଥରେ ଏୟାର ଷ୍ଟ୍ରାଇକ କରିଥିଲା। ୟୁକ୍ରେନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ରୁଷିଆର ୩୦ ଟି କ୍ରୁଜ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଗୁଳି ଚଳାଇଥିବା ଦାବି କରିଛି।

କିଛି କ୍ଷେପଣାସ୍ତ୍ର-ଡ୍ରୋନ ଟାର୍ଗେଟକୁ ଧକ୍କା ଦେବାରୁ ରୋକିଥିବା ବୋଲି କୁହାଯାଉଛି। ଗତ ୬ ଦିନ ମଧ୍ୟରେ କିଭରେ ଏହା ରୁଷିଆର ଷଷ୍ଠ ଆକ୍ରମଣ ଥିଲା। ଏହି ସମୟରେ ରୁଷିଆ କହିଛି ଏହାର ସୀମାବର୍ତ୍ତୀ ଅଞ୍ଚଳ ବେଲଗୋରୋଡରେ ୟୁକ୍ରେନ ଗୁଳିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ରୁଷିଆର ଅଧିକୃତ ୟୁକ୍ରେନ ବନ୍ଦର ସହର ବର୍ଡିଆନସ୍କରେ ୟୁକ୍ରେନ ସେନାର ଗୁଳି ବିନିମୟ ହେବାର ଖବର ରହିଛି। ଏହି ଗୁଳି ବିନିମୟରେ ୯ ଜଣ ଆହତ ହୋଇଛନ୍ତି, କିଛି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

Share