ପାକିସ୍ତାନରେ ୮ ଅରବ ଡଲାର ନିବେଶ କରିବ ରୁଷିଆ: ଚିନ୍ତାରେ ଭାରତ

ଇସଲାମାବାଦ,୧୨।୪: ଦୀର୍ଘ ନଅ ବର୍ଷର ବ୍ୟବଧାନ ପରେ ନିକଟରେ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭୋରଭ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତରେ ଆସିଥିଲେ। ସେଠାରେ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପକ୍ଷରୁ ନାମରେ ପାକିସ୍ତାନୀ ନେତାମାନଙ୍କୁ ଏକ ବାର୍ତ୍ତା ଦେଇଥିଲେ। ଏହି ବାର୍ତ୍ତାରେ ସର୍ଗେଇ କହିଛନ୍ତି ଯେ, ପାକିସ୍ତାନର ଆବଶ୍ୟକତା ଅନୁଯାୟୀ ରୁଷିଆ ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ। କେବଳ ଏତିକି ନୁହେଁ ରୁଷିଆ ପାକିସ୍ତାନରେ ୮ ଅରବ ଡଲାର ବିନିଯୋଗ କରିବାକୁ ଚାହୁଁଛି। ରୁଷିଆ ଏବଂ ପାକିସ୍ଥାନ ମଧ୍ୟରେ ବଢୁଥିବା ଏହି ବନ୍ଧୁତା ଭାରତର ଚିନ୍ତା ବଢାଇପାରେ ବୋଲି ସମୀକ୍ଷକ ମତ ଦେଇଛନ୍ତି।

ଭାରତର ପ୍ରଭାବକୁ ହ୍ରାସ କରିବା ପାଇଁ ଏହା ଦୀର୍ଘ ଦିନ ଧରି ରୁଷିଆ ଉପରେ ଅନେକ ଚାପ ପକାଉଛି ପାକିସ୍ତାନ। ଆଫଗାନିସ୍ତାନ ସଙ୍କଟର ସମାଧାନ ପାଇଁ ରୁଷିଆ ମଧ୍ୟ ପାକିସ୍ତାନର ସାହାଯ୍ୟ ନେଉଛି। ରୁଷିଆ-ପାକିସ୍ତାନର ବଢୁଥିବା ବନ୍ଧୁତା ଭାରତର ଅସୁବିଧାକୁ ବଢାଇପାରେ। ଭାରତ ଅସ୍ତ୍ର ପାଇଁ ରୁଷିଆ ଉପରେ ନିର୍ଭରଶୀଳ ଥିବାରୁ ଆଗକୁ ସମସ୍ୟା ବଢିବାର ସମ୍ଭାବନା ରହିଛି।

Share