Advertisement

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଆସିବ କରୋନା ଭ୍ୟାକ୍ସିନ

ମସ୍କୋ,୭।୮: କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ଏବେ ଏହାର ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କାମରେ ପ୍ରାୟ ସମସ୍ତ ବିକାଶଶୀଳ ଦେଶ ଲାଗି ପଡିଛନ୍ତି। ରୁଷିଆ ଏବେ ଦାବି କରିଛି କି ଅଗଷ୍ଟ ୧୨ ସୁଦ୍ଧା କରୋନା ଟିକା ଉପଲବ୍ଧ ହେବ। ଶୁକ୍ରବାର ରୁଷିଆର ଉପ ସ୍ବାସ୍ଥ୍ୟମନ୍ତ୍ରୀ ଓଲେଜ ଗ୍ରିନେଭ ଏହା ପ୍ରକାଶ କରିଛନ୍ତି। ଏହି ଭ୍ୟାକ୍ସିନ ଉଭୟ ଗାମାଲିୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଓ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଇଛି। ଅଗଷ୍ଟ ୧୨ ସୁଦ୍ଧା ଯଦି ଏହି ଭ୍ୟାକ୍ସିନ ଉପଲବ୍ଧ ହେଲା ତେବେ ଏହା ବିଶ୍ୱର ପ୍ରଥମ ଭ୍ୟାକ୍ସିନର ମାନ୍ୟତା ପାଇବ। ମିଳିଥିବା ସୂଚନାରୁ ଜଣାପଡିଛି କି ପ୍ରଥମେ ଏହାକୁ ରେଜିଷ୍ଟର କରାଯିବ ଓ ୩-୭ ଦିନ ମଧ୍ୟରେ ଏହା ବଜାରରେ ମିଳିପାରିବ। ଏହା କରୋନା ସହ ଲଢିବାରେ ସକ୍ଷମ ହେବ ବୋଲି ରୁଷିଆ ଦାବି କରିଛି। ଏହା ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ବୋଲି କୁହାଯାଉଛି। ତେବେ ରୁଷିଆର ଏହି ଭ୍ୟାକ୍ସିନକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଚିନ୍ତା ବ୍ୟକ୍ତ କରିଛି। ଡବ୍ଲୁଏଚ୍‌ଓ କହିଛି ରୁଷିଆ ଯେଉଁ ଭ୍ୟାକ୍ସିନ ତିଆରି କରିଛି ସେଥିରେ ସେ କୌଣସି ଗାଇଡଲାଇନ୍ସ ପାଲନ କରି ନାହିଁ। ତେଣୁ ଏହା ବିପଜ୍ଜନକ ବୋଲି କହିଛି ଡବ୍ଲୁଏଚ୍‌ଓ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share