ତାଲିବାନ୍‌କୁ ଆତଙ୍କବାଦୀ ତାଲିକାରୁ ହଟାଇବ ରୁଷିଆ

ମସ୍କୋ,୧୯ା୧୨: ରୁଷିଆ ସରକାର ଏକ ନୂଆ ଆଇନ ଆଣିଛନ୍ତି, ଯଦ୍ଦ୍ବାରା ସେଠାକାର ଅଦାଲତଗୁଡ଼ିକ ମସ୍କୋ ଦ୍ୱାରା ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଉପରୁ କଟକଣା ହଟାଇବାରେ ସହାୟକ ହେବ। ପାର୍ଲାମେଣ୍ଟର ନିମ୍ନ ସଦନ ଷ୍ଟେଟ୍‌ ଡୁମାରେ ପାରିତ ଏହି ଆଇନ ବଳରେ ଆଫଗାନିସ୍ତାନର ତାଲିବାନ୍‌ ଏବଂ ସିରିଆର ନୂଆ ନେତୃତ୍ୱ ସହ ସମ୍ପର୍କ ସ୍ବାଭାବିକ କରିବା ପାଇଁ ମସ୍କୋର ବାଟ ଫିଟିଯିବ ବୋଲି ଆଶା କରାଯାଉଛି।

ରୁଷିଆ ପକ୍ଷରୁ ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଙ୍ଗଠନଗୁଡ଼ିକର ତାଲିକାରୁ ସେହି ଅର୍ଗାନାଇଜେଶନ୍‌ ହଟିଯିବ, ଯାହା ଆଉ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ହେଉନାହିଁ। ଏହି ଆଇନ ବଳରେ ରୁଷିଆର ପ୍ରୋସିକ୍ୟୁଟର ଜେନେରାଲ ଏକ ନିର୍ଦ୍ଦିଷ୍ଟ ଆତଙ୍କବାଦୀ ସଙ୍ଗଠନକୁ ଏହି ତାଲିକାରୁ ବାଦ୍‌ ଦେବା ପାଇଁ ଅଦାଲତଙ୍କୁ ଅନୁରୋଧ କରିପାରିବେ। ଏହା ପରେ ଜଣେ ବିଚାରପତି ସମ୍ପୃକ୍ତ ସଙ୍ଗଠନକୁ ଆତଙ୍କବାଦୀ ଲିଷ୍ଟ୍‌ରୁ ହଟାଇବା ନେଇ ରମାୟ ଦେଇପାରିବେ। ରୁଷିଆର ଆତଙ୍କବାଦୀ ତାଲିକାରେ ୨୦୦୩ ଫେବୃଆରୀରେ ତାଲିବାନ୍‌ ଏବଂ ୨୦୨୦ରେ ସିରିଆର ହୟାତ୍‌ ତହରିର୍‌ ଅଲ୍‌-ଶାମ୍‌ (ଏଚ୍‌ଟିଏସ୍‌)କୁ ତାଲିକାଭୁକ୍ତ କରାଯାଇଥିଲା। ଦୀର୍ଘ ୨୦ ବର୍ଷ ଧରି ଆଫଗାନିସ୍ତାନରେ ରହିଥିବା ଆମେରିକୀୟ ସୈନ୍ୟ ସେଠାରୁ ପ୍ରତ୍ୟାବର୍ତ୍ତନ କରିବା ପରେ ୨୦୨୧ ଅଗଷ୍ଟରେ ଇସ୍‌ଲାମୀୟ ସଙ୍ଗଠନ କ୍ଷମତା ଦଖଲ କରିଥିଲା। ଗତ ଜୁଲାଇରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଥିଲେ, ତାଲିବାନ୍‌ ଏବେ ଆତଙ୍କବାଦ ନିରୋଧୀ ଲଢ଼େଇରେ ମସ୍କୋର ସହଯୋଗୀ ପାଲଟିଯାଇଛି। ଇତିମଧ୍ୟରେ ସିରିଆର ଗାଦିଚ୍ୟୁତ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ୍‌ ମସ୍କୋର ରାଜନୈତିକ ଶରଣ ନେଇଛନ୍ତି। ତାଙ୍କୁ କ୍ଷମତାରୁ ହଟାଇବାରେ ମୁଖ୍ୟ ଭୂମିକା ନେଇଥିବା ସିରୀୟ ସଙ୍ଗଠନ ଏଚ୍‌ଟିଏସ୍‌କୁ ମଧ୍ୟ ରୁଷିଆର ନିଷିଦ୍ଧ ଘୋଷିତ ଆତଙ୍କବାଦୀ ତାଲିକାରୁ ବାଦ୍‌ ଦେବା ପାଇଁ ମସୁଧା ଚାଲିଥିବା ଜଣାପଡ଼ିଛି। ଆଫଗାନିସ୍ତାନ ଓ ମଧ୍ୟପ୍ରାଚ୍ୟରେ ଏହି ୨ ସଙ୍ଗଠନ ମସ୍କୋର ପତିଆରା ହ୍ରାସ କରିଥିବାରୁ ରୁଷିଆ ସେମାନଙ୍କ ସହ ସମ୍ପର୍କ ପ୍ରତିଷ୍ଠା କରି ପୁନଃ ଆଧିପତ୍ୟ ବଜାୟ ରଖିବା ପାଇଁ ଏପରି ଯୋଜନା କରୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ପୃଥିବୀରେ ଓହ୍ଲାଇବ ସୂର୍ଯ୍ୟ! ୨୪ ଘଣ୍ଟା ରହିବ ଆଲୋକ, ଜାଣନ୍ତୁ ନ୍ୟୁକ୍ଲିୟର ଫ୍ୟୁଜନ ପ୍ଲାନ କ’ଣ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୯।୧୨: ଆମେ ସୌର ଶକ୍ତି ଏବଂ ଆଣବିକ ଶକ୍ତି ବିଷୟରେ ବହୁତ କିଛି ଦେଖିଛୁ ଏବଂ ଶୁଣିଛୁ, କିନ୍ତୁ ଖୁବ ଶୀଘ୍ର ହାଇଡ୍ରୋଜେନ ଆଧାରିତ ଶକ୍ତି...

ଜାତିସଂଘକୁ ସମ୍ବୋଧିତ କରିବେ ଶ୍ରୀଶ୍ରୀ ରବିଶଙ୍କର

ଜାତିସଂଘ ସାଧାରଣ ସଭା ପକ୍ଷରୁ ଡିସେମ୍ବର ୨୧କୁ ବିଶ୍ୱ ଧ୍ୟାନ ଦିବସ ଘୋଷଣା କରାଯିବା ନେଇ ସଂକଳ୍ପନାମା ପାରିତ ହୋଇଥିବା ପରିପ୍ରେକ୍ଷୀରେ ବୈଶ୍ୱିକ ଆଧ୍ୟାମତ୍ିକ ଗୁରୁ...

ଭାରତ-ଆମେରିକାର ଚିନ୍ତା ବଢାଇଲାଣି ଚାଇନା, ପରମାଣୁ ବୋମା ସଂଖ୍ୟା ଅତିକ୍ରମ କଲା ୬୦୦, ୨୦୩୦ ବେଳକୁ…

ବେଜିଂ/ଓ୍ବାଶିଂଟନ,୧୯।୧୨: ଆମେରିକାର ପ୍ରତିରକ୍ଷା ବିଭାଗ ଚାଇନାର ସାମରିକ ଶକ୍ତି ଉପରେ ବାର୍ଷିକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି...

ରାଗରେ ନିଆଁବାଣ ପୁଟିନ୍‌: ୟୁକ୍ରେନକୁ ଧମକ ଦେଲା ରୁଷିଆ

ମସ୍କୋ,୧୮।୧୨: ସମୟ ସହିତ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଉତ୍ତେଜନା ବୃଦ୍ଧି ପାଉଛି। ଗତ କିଛି ମାସ ଧରି ରୁଷିଆର ୟୁକ୍ରେନ ଉପରେ...

ଭିକ ମାଗି ପାରିବେନି ପାକିସ୍ତାନୀ, ନୋ ଫ୍ଲାଏ ଲିଷ୍ଟରେ ୪୩୦୦ ଭିକାରିଙ୍କୁ ପକାଇଲା ପଡୋଶୀ ଦେଶ

ରିୟାଦ,୧୮।୧୨: ନୋ ଫ୍ଲାଏ ତାଲିକାରେ ପାକିସ୍ତାନ ୪୩୦୦ ଭିକାରୀଙ୍କୁ ସ୍ଥାନିତ କରିଛି। ସୂଚନାଯୋଗ୍ୟ, ସୌଦି ଆରବ ସମେତ ଅନେକ ଦେଶ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ଯେ...

ଉତ୍ତର କୋରିଆ ସେନାଙ୍କ ମୃତଦେହ ଜଳାଇ ଦେଉଛି ରୁଷିଆ? ରାଷ୍ଟ୍ରପତି ଜେଲନସ୍କିଙ୍କ ଗୁରୁତର ଅଭିଯୋଗ

କ୍ୱିଭ,୧୮।୧୨: ରୁଷିଆ-ୟୁକ୍ରେନ ଯୁଦ୍ଧ ବିପଜ୍ଜନକ ସ୍ତରରେ ପହଞ୍ଚୁଛି। ମଙ୍ଗଳବାର ରୁଷିଆ ବିରୁଦ୍ଧରେ ଭୋଲୋଡିମିର ଜେଲେନସ୍କି ଏକ ନୂଆ ଦାବି କରିଛନ୍ତି ଯେ ରୁଷିଆ ଉତ୍ତର କୋରିଆ...

ବିସ୍ଫୋରଣରେ ରୁଷିଆ ଜେନେରାଲ ନିହତ

ମସ୍କୋ,୧୮ା୧୨:ବୋମା ବିସ୍ଫୋରଣରେ ରୁଷିଆର ବରିଷ୍ଠ ଜେନେରାଲ ଇଗୋର କିରିଲୋଭ୍‌ଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। ମସ୍କୋସ୍ଥିତ ତାଙ୍କ ଆପାର୍ଟମେଣ୍ଟ ବିଲ୍ଡିଂ ବାହାରେ ଏକ ସ୍କୁଟରରେ ଲୁଚାଇ ରଖାଯାଇଥିବା...

କ୍ୟାନସର୍‌ ରୋଗୀଙ୍କ ପାଇଁ ଖୁସି ଖବର: ପ୍ରସ୍ତୁତ ହେଲା କ୍ୟାନ୍‌ସର୍‌ ଟିକା,ନୂଆବର୍ଷରୁ…

ମସ୍କୋ,୧୮।୧୨: ଆଜି ସମଗ୍ର ବିଶ୍ୱ କର୍କଟ ଭଳି ଗମ୍ଭୀର ରୋଗରେ ପୀଡିତ। ଏଭଳି ପରିସ୍ଥିତିରେ ରୁଷିଆ ଏକ ଦାବି କରିଛି, ଯାହା ସମଗ୍ର ବିଶ୍ୱ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri