ଭାରତୀୟ ଔଷଧ କମ୍ପାନୀକୁ ୧୦ କୋଟି କରୋନା ଟିକା ଯୋଗାଇବ ରୁଷିଆ

ମସ୍କୋ,୧୬।୯-କରୋନା ମୁକାବିଲା ପାଇଁ ରୁଷିଆ ଭାରତକୁ ୧୦ କୋଟି ସ୍ପୁଟନିକ-ଭି ଟିକା ଯୋଗାଇ ଦେବ। ଏହି ଟିକା ଭାରତର ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀ ଲାବୋରେଟୋରିକୁ ମିଳିବ। ଏ ନେଇ ରୁଷିଆର ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ) ସହ ଭାରତର ଚୁକ୍ତି ହୋଇଛି। ରୁଷିଆ ଦ୍ୱାରା ପ୍ରସ୍ତୁତ କରୋନା ଟିକାର ନାମ ସ୍ପୁଟନିକ-ଭି କୋଭିଡ -୧୯ ରହିଛି।
ରୁଷିଆ ବିଶ୍ୱର ପ୍ରଥମ କରୋନା ଟିକା ’ସ୍ପୁଟନିକ-ଭି’ ବିକଶିତ କରିଛି। ଏହି ଟିକା ମାନବ ଶରୀରରେ ପରୀକ୍ଷା କରାଯାଇଥିଲା। ଯେଉଁମାନଙ୍କ ଶରୀରରେ ଏହି ଟିକା ପରୀକ୍ଷା କରାଯାଇଥିଲା ସମସ୍ତେ ସୁରକ୍ଷିତ ରହିଛନ୍ତି ବୋଲି ଜଣାପଡ଼ିଛି। ଭାରତରେ ଏହି ରୁଷିଆ ଟିକାର ମିଳିତ ଭାବେ ପରୀକ୍ଷଣ କରାଯିବ। ବିଶେଷଜ୍ଞ ଟିମର ଅନୁମୋଦନରେ ପରେ ଚଳିତ ବର୍ଷର ଶେଷ ଆଡକୁ ଭାରତକୁ ଏହି ଟିକା ଆସିବାର ସମ୍ଭାବନା ରହିଛି।

Share