ୟୁକ୍ରେନ୍ ଉପରେ ବିମାନ ଆକ୍ରମଣକୁ ରୁଷିଆ କହିଲା ଫାଷ୍ଟ ଏପିସୋଡ

ମସ୍କୋ,୧୧ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ପୁଣିଥରେ ଭୟଙ୍କର ହୋଇ ଉଠିଛି । ୟୁକ୍ରେନ୍ ଉପରେ ରୁଷିଆର ଆଖିବୁଜା ଆକ୍ରମଣ ପରେ ଥରି ଉଠିଛି ରାଜଧାନୀ କିଭ ସମେତ ଅନେକ ସହର । ଏବେ ଦୁଇ ଦିନ ହେବ ରୁଷିଆ ପକ୍ଷରୁ ୟୁକ୍ରେନର କିଛି ସହରକୁ ଟାର୍ଗେଟ କରାଯାଇଛି । ଫଳରେ ରାଜଧାନୀ କିଭ ସମେତ ଅନେକ ସହରରେ କେବଳ ଧୂଆଁ ଓ ଧୂଆଁ ନଜର ଆସୁଛି । ବଡ ବଡ କୋଠା ମାଟିରେ ମିଶି ଯାଇଥିବା ବେଳେ କଳା ଧୂଆଁରେ ଆକାଶ ବି ଦୃଶ୍ୟ ହେଉନାହିଁ । ଏହି ଆକ୍ରମଣ ପରେ ରୁଷିଆ କହିଛି ଏହା କେବଳ ଫାଷ୍ଟ ଏପିସୋଡ । ଆଗକୁ ବି ଏମିତି ଏପିସୋଡ ଦେଖିବାକୁ ମିଳିବ । ଏହି ଚେତାବନୀ ଆଉ କେହି ନୁହେଁ ବରଂ ରୁଷିଆର ପୂର୍ବତନ ରାଷ୍ଟ୍ରପତି ତଥା ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଦିମିତ୍ରି ମେଦଭେଦେବ ଦେଇଛନ୍ତି ।

ତେବେ ଆଗାମୀ ଏପିସୋଡରେ ରୁଷିଆ କ’ଣ କରିବ ତାହା ସ୍ପଷ୍ଟ କରିନାହାନ୍ତି ଦିମିତ୍ରି । କିନ୍ତୁ ଏହା ପୂର୍ବରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅନେକ ଥର ଦେଶର ସୁରକ୍ଷା ପାଇଁ ପରମାଣୁ ଅସ୍ତ୍ର ବ୍ୟବହାର କରିବା କଥା କହିଛନ୍ତି । ଏପଟେ ଦିମିତ୍ରି କହିଛନ୍ତି ଦେଶର ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା । ଆହରି ମଧ୍ୟ ସେ କହିଛନ୍ତି ୟୁକ୍ରେନର ରାଜନୈତିକ ଶାସନକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିଦେବା ଉଚିତ । କାରଣ ୟୁକ୍ରେନ୍ ରୁଷିଆ ପାଇଁ ପ୍ରତ୍ୟେକ୍ଷ ଓ ସ୍ପଷ୍ଟ ଶତ୍ରୁ ରହିବ ।

Share