ମାରିଉପୋଲକୁ ନିଜ କବ୍‌ଜାକୁ ନେଲା ରୁଷିଆ

କ୍ୱିଭ,୨୧।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ନିଜ କବ୍‌ଜାକୁ ନେଉଛି ରୁଷିଆ। ଦୀର୍ଘଦିନ ଧରି ଯୁଦ୍ଧ ପରେ ଶେଷରେ ୟୁକ୍ରେନର ବନ୍ଦର ସହର ମାରିଉପୋଲକୁ ରୁଷିଆ ନିଜ ଅକ୍ତିଆରକୁ ନେଇଛି। ପରେ ମାରିଉପୋଲକୁ ସ୍ବାଧୀନ ଘୋଷଣା କରିଛି ରୁଷିଆ। ଏନେଇ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଔପଚାରିକ ଭାବେ ଘୋଷଣା କରିଛନ୍ତି। ୟୁକ୍ରେନର ମେଗା ଷ୍ଟିଲ ପ୍ଲାଣ୍ଟ ଆଜୋଭସ୍ତାଲର କୌଣସି କ୍ଷତି ନ କରିବାକୁ ପୁଟିନ ତାଙ୍କ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ହେଉଛି ସେହି ମାରିଉପୋଲ ସହର ଯେଉଁଠି ରୁଷ ପ୍ରଥମେ ଅସ୍ତ୍ରବିରତି ଘୋଷଣା କରିଥିଲା। ଯୁଦ୍ଧରେ ଫସି ରହିଥିବା ଲୋକଙ୍କୁ ଏଠାରୁ ସ୍ଥାନାନ୍ତର କରାଯିବ ବୋଲି କୁହାଯାଇଥିଲା। ସେମାନଙ୍କ ପାଇଁ ଏକ ହ୍ୟୁମାନକରିଡର ନିର୍ମାଣ କରାଯିବ। ସୁରକ୍ଷିତ ପାସ ଉପଲବ୍ଧ ହେବ। ଯାହା ଦ୍ୱାରା ଲୋକମାନେ ସହଜରେ ଏଠାରୁ ବାହାରିପାରିବେ ବୋଲି କୁହାଯାଇଥଇଲା। କିନ୍ତୁ କଥା ରଖିଲାନି ରୁଷିଆ। ଯାହା କହିଥିଲା ତା’ର ଏହାର ବିପରୀତ ଘଟଣା ଘଟାଇଲା। ଏହି ସହରର ରାସ୍ତା ଉପରକୁ ରୁଷିଆ ସୈନିକମାନେ ଓହ୍ଲାଇ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିଥିଲେ। ଏପରିକି ରୁଷର ଲଗାତାର ଏବେ ଏୟାରଷ୍ଟ୍ରାଇକ୍‌ରେ ମାରିୟୁପୋଲ ସହରର ଚାରିଆଡେ କେବଳ ନିଆଁ ଆଉ ଧୂଆଁ ଖେଳିଯାଇଥିଲା।

Share