ମସ୍କୋ,୪।୧ : ରୁଷିଆରେ ମେକ୍ସିକୋରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଛି। ଏହି ଆକ୍ରମଣରେ ୬୩ ରୁଷିଆ ସୈନ୍ୟଙ୍କର ମୃତ୍ୟୁ ଘଟିଥିଲା। ରୁଷିଆ ଡୋନେଟସ୍କର ବିଭିନ୍ନ ସ୍ଥାନରେ ଆକ୍ରମଣ କରି ୧୩୦ ୟୁକ୍ରେନ ସୈନ୍ୟଙ୍କୁ ହତ୍ୟା କରିଛି। ରୁଷିଆର ବାୟୁସେନା ରିପୋର୍ଟ କରିଛି ଯେ କ୍ରାସନୋୟ, ପେଟ୍ରୋଭସ୍କୋ, ନେଭେଲସ୍କୋ, ଜର୍ଜିଆଭକା ଏବଂ ପୋବେଡା ଉପରେ ହୋଇଥିବା ଆକ୍ରମଣରେ ସର୍ବାଧିକ ୯୦ ୟୁକ୍ରେନ ସୈନ୍ୟଙ୍କର ମୃତ୍ୟୁ ଘଟିଛି।
ଜୋଲୋଟାୟା ନିଭା ଏବଂ ନୋଭୋଦୋନେସ୍କୋଏରେ ୩୦ ଜଣ ୟୁକ୍ରେନ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଏଥିସହ ଅବଶିଷ୍ଟ ୧୦ ୟୁକ୍ରେନ ସୈନ୍ୟଙ୍କର ଖାରକିଭରେ ମୃତ୍ୟୁ ହୋଇଥିବାର ଦାବି କରାଯାଇଛି।