‘ୟୁକ୍ରେନ୍‌କୁ ସଫା କରିଦେବାକୁ ଚାହୁଁଛି ରୁଷିଆ’

ଓ୍ବାଶିଂଟନ୍‌,୧୩।୪:ୟୁକ୍ରେନ-ରୁଷିଆ ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ପୁଣି ଥରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଟାର୍ଗେଟ କରିଛନ୍ତି। ବାଇଡେନ୍‌ କହିଛନ୍ତି, ପୁଟିନ ୟୁକ୍ରେନରେ ନରସଂହାର କରୁଛନ୍ତି। ୟୁକ୍ରେନକୁ ମୂଳୋତ୍ପାଟନ କରିବାକୁ ପୁଟିନ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି।
ଏକ କାର୍ଯ୍ୟକ୍ରମରେ ବାଇଡେନ୍‌ କହିଛନ୍ତି, ପୁଟିନ ୟୁକ୍ରେନରେ ନରସଂହାର କରୁଛନ୍ତି। ୟୁକ୍ରେନରେ ହଜାର ହଜାର ଲୋକ ଏବଂ ରୁଷିଆ ସୈନିକ ନିହତ ହୋଇଥିବା ଖବର ରହିଛି। ହଁ, ମୁଁ ଏହାକୁ ନରସଂହାର ବୋଲି କହିଛି। ଏହା ସ୍ପଷ୍ଟ ମଧ୍ୟ ହୋଇଛି। ସେ ୟୁକ୍ରେନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବାକୁ ଚାହୁଁଛନ୍ତି। ୟୁକ୍ରେନରେ ରୁଷିଆ ସୈନ୍ୟମାନେ କରିଥିବା ଭୟଙ୍କର କାର୍ଯ୍ୟ ବିଷୟରେ ଅଧିକ ପ୍ରମାଣ ସାମ୍ନାକୁ ଆସୁଛି। ଆମେ ବିନାଶ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଯାଉଛୁ ଏବଂ ଆଇନଜୀବୀମାନଙ୍କୁ ଅନ୍ତର୍ଜାତୀୟ ସ୍ତରରେ ନିଷ୍ପତ୍ତି ନେବାକୁ ଦିଅନ୍ତୁ। ଏହା ଯୋଗ୍ୟ କି ନୁହେଁ।
ସୂଚନାଯୋଗ୍ୟ, ବାଇଡେନ୍‌ ପୂର୍ବରୁ ମଧ୍ୟ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ଏହାସହ ରୁଷିଆ ଉପରେ ଅନେକ ପ୍ରତିବନ୍ଧକ ମଧ୍ୟ ଲଗାଇଛନ୍ତି।

Share