ତୁର୍କୀରେ ରୁଷିଆ-ୟୁକ୍ରେନ ପତାକା

ଆଙ୍କ୍‌ରା,୧୦ା୩: ଚାଇନା ପରେ ତୁର୍କୀ ମଧ୍ୟ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆପୋଷ ବୁଝାମଣା ପାଇଁ ନିଜର ନାଁ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ତୁର୍କୀ ନାଟୋରେ ସାମିଲ ହୋଇ ବି ରୁଷିଆ ଉପରେ ଅନ୍ୟ ଦେଶମାନଙ୍କ ପରି କୌଣସି ପ୍ରତିବନ୍ଧକ ଲଗାଇନାହିଁ।

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅନେକ ଦେଶଙ୍କ ସହ ସମ୍ପର୍କ ଖରାପ ହୋଇଛି। ଆମେରିକା, ଜାପାନ, ଦକ୍ଷିଣକୋରିଆ ସହିତ ବ୍ରିଟେନ ଏବଂ ଫ୍ରାନ୍ସ ପରି କିଛି ୟୁରୋପୀୟ ଦେଶ ବି ରୁଷିଆ ଉପରେ ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଲଗାଇଛନ୍ତି। କିନ୍ତୁ ତୁର୍କୀ ଏଥିରୁ ଦୂରେଇ ରହିଛି। ତୁର୍କୀର ଏକ ହୋଟେଲରେ ରୁଷିଆ ଏବଂ ୟୁକ୍ରେନର ପତାକା ଲାଗିଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ନେଇ ଏବେ ଚର୍ଚ୍ଚା ଜୋରଦାର ହେଉଛି।

Share