ରୁଷିଆ ନିୟନ୍ତ୍ରିତ ଅଞ୍ଚଳରେ ମିଳିଲା ୨୧ ବନ୍ଦିସ୍ଥଳ, କବର ଖନନ, ଯୁଦ୍ଧ ବନ୍ଦୀଙ୍କ ସହ ଅମାନୁଷିକତାର ସୂଚନା!

ୱାଶିଂଟନ/କ୍ୱିଭ,୨୭ ।୮: ଆମେରିକା ବୈଦେଶିକ ମନ୍ତ୍ରଣାଳୟ ୟେଲ ବିଶ୍ୱବିଦ୍ୟାଳୟର ଗବେଶକଙ୍କ ସହ ମିଶି ପୂର୍ବ ୟୁକ୍ରେନର ଦୋନେସ୍କ ଅଞ୍ଚଳରେ ଅତିକମରେ ୨୧ଟି ସ୍ଥାନର ଚିହ୍ନଟ କରିଛନ୍ତି ଯାହାକୁ ରୁଷିଆ ବନ୍ଦିସ୍ଥଳ କରିଛି । ଏହାର ବ୍ୟବହାର ରୁଷିଆ ସେନା ୟୁକ୍ରେନ ସମର୍ଥିତ ନାଗରିକ ଓ ଯୁଦ୍ଧ କଏଦୀଙ୍କ ବିରୋଧରେ ବ୍ୟବହାର କରୁଛି । ବୈଦେଶିକ ମନ୍ତ୍ରଣାଳୟ କହିଛି କିଛି ସ୍ଥାନରେ ସାମୁହିକ କବର ସ୍ଥାନର ବି ସଙ୍କେତ ମିଳିଛି ।
ୟେଲ ସ୍କୁଲ ଅଫ ପବ୍ଲିକ ହେଲେ୍‌ଥର ମାନବିକ ଅନୁସନ୍ଧାନ ଲାବୋରୋଟୋରୀର ଅନୁସନ୍ଧାନକାରୀମାନେ କହିଛନ୍ତି, ୨୧ଟି ସ୍ଥାନ ଫିଲ୍ଟରେଶନ ପ୍ରଣାଳୀର ଏକ ଅଂଶ ଯାହାର ବ୍ୟବହାର କଏଦୀ ଓ ଅନ୍ତେବାସୀଙ୍କ ସହ ଅମାନବିକତା ପାଇଁ ବ୍ୟବହାର କରାଯାଉଛି । ଏହି ସିଦ୍ଧାନ୍ତରେ ପହଞ୍ଚିବା ପୂର୍ବରୁ ବାଣିଜ୍ୟିକ ଉପଗ୍ରହର ଚିତ୍ର ଓ ଓପନ ସୋର୍ସ ସୂଚନାକୁ ଅତି ନିକଟରୁ ଯାଞ୍ଚ କରାଯାଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ରୁଷିଆ କବଜା କରିଥିବା ୟୁକ୍ରେନ ଅଞ୍ଚଳରେ ବନ୍ଦୀ ଓ କଏଦୀମାନଙ୍କୁ କେନ୍ଦ୍ର ବାହାରେ ରହିବାକୁ ବାଧ୍ୟ କରାଯାଉଛି । ଏଠାରେ ସେମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ କାଗାରରେ ରଖାଯାଇପାରେ, ରୁଷିଆରୁ ନିର୍ବାସିତ କରାଯାଇପାରେ କିମ୍ବା ମାରିବି ଦିଆଯାଇପାରେ । ଏକ ରିପୋର୍ଟ ମାଧ୍ୟମରେ ଅନୁସନ୍ଧାନକାରୀମାନେ ଏହି ତଥ୍ୟ ଦେଇଛନ୍ତି ।

Share