Categories: ଜାତୀୟ

ୟୁକ୍ରେନ ପ୍ରସଙ୍ଗରେ ବିବୃତି ରଖିବେ ଜୟଶଙ୍କର

ନୂଆଦିଲ୍ଲୀ,୧୪।୩: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାର ଆରମ୍ଭ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଡା. ଏସ୍‌ ଜୟଶଙ୍କର ମଙ୍ଗଳବାର ଲୋକସଭା ଓ ରାଜ୍ୟସଭାରେ ୟୁକ୍ରେନ ପ୍ରସଙ୍ଗ ଉପରେ ବିବୃତି ରଖିବେ।

ଭାଜପା ରଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ଦଳର ଅନ୍ୟ ସାଂସଦ ଅଧିବେଶନରେ ଯୋଗ ଦେଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ସଂସଦର ଉଭୟ ଗୃହରେ ୧୯ଟି ବୈଠକ ହେବ। ଏଥିରେ ସାଧାରଣ ବଜେଟ ଓ ଆର୍ଥିକ ବିଲ୍‌ ପାରିତ କରିବା କେନ୍ଦ୍ର ସରକାରଙ୍କ ପ୍ରଥମ ପ୍ରାଥମିକତା ହେବ। ଅନ୍ୟପକ୍ଷେ ମହଙ୍ଗା, ବେକାରୀ ସମସ୍ୟା ଏବଂ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁୟାରୀ ୨୯ରୁ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।

Share