ରୁଷିଆର ଦାବି ୟୁକ୍ରେନ ଜପୋରିଝିୟା ପାୱାର ପ୍ଲାଣ୍ଟ ଉପରେ କରିଛି ଆକ୍ରମଣ, ବଢୁଛି ପରମାଣୁ ଆକ୍ରମଣ ଆଶଙ୍କା

କ୍ୱିଭ/ମସ୍କୋ,୪ ।୧୧: ଦୀର୍ଘ ଦିନ ଧରି ଚାଲିଥିବା ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ନେଉନି । ବେଳକୁ ବେଳ ଏହା ବଢିବାରେ ଲାଗିଛି । ଇତି ମଧ୍ୟରେ ରୁଷିଆ ଅଭିଯୋଗ କରିଛି କି ୟୁକ୍ରେନ୍ ଜପୋରିଝିୟା ସ୍ଥିତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ବଡ ଧରଣର ଆକ୍ରମଣ କରିଛି । ଆକ୍ରମଣ ଫଳରେ ପ୍ଲାଣ୍ଟ ୟୁକ୍ରେନି ଗ୍ରେଡଠାରୁ ଅଲଗା ହୋଇଯାଇଛି । ରୁଷିଆ ନ୍ୟୁଜ ଏଜେନ୍ସି ତାସ ଅନୁଯାୟୀ, ୟୁରୋପର ସବୁଠାରୁ ବଡ ଏହି ପାୱାର ପ୍ଲାଣ୍ଟରୁ ବିଜୁଳି ଉତ୍ପାଦନ ପୂର୍ବରୁ ବନ୍ଦ କରି ଦିଆଯାଇଥିଲା । ହେଲେ ଏଠାରେ ଥିବା ପରମାଣୁ ଇନ୍ଧନକୁ ସୁରକ୍ଷିତ ରଖିବାକୁ ବିଜୁଳିର ଆବଶ୍ୟକତା ରହିଛି ।
ରୁଷିଆ ଅଭିଯୋଗ କରିଛି ୟୁକ୍ରେନ୍ ବାରମ୍ବାର ଏହି ପ୍ଲାଣ୍ଟକୁ ତା’ର ଗ୍ରେଡରୁ କାଟିଦେବାକୁ ଆକ୍ରମଣ କରି ଚାଲିଛି । ଫଳରେ ପରମାଣୁ ଆକ୍ରମଣ ହେଉ ଓ ଏଥିପାଇଁ ରୁଷିଆ ଦାୟୀ ରହିବ । ଗୁରୁବାର ବି ୟୁକ୍ରେନ୍ ଏହି ଟାର୍ଗେଟ ରଖି ଆକ୍ରମଣ କରିଛି, ଫଳରେ ପ୍ଲାଣ୍ଟ ପୁଣିଗ୍ରେଡଠାରୁ ଅଲଗା ହୋଇଯାଇଛି । ଅନୁମାନ କରାଯାଉଛି କି ଏହାଦ୍ୱାରା ପରମାଣୁ ଆକ୍ରମଣ ଆଶଙ୍କା ବଢି ଯାଇଛି ।

Share