ଶସ୍ତା ହୋଇପାରେ ଶସ୍ୟ, ଯୁଦ୍ଧ ପରେ ପ୍ରଥମ କରି ୟୁକ୍ରେନରୁ ବାହାରିଲା ଏକ ଶସ୍ୟ ଭର୍ତ୍ତି ଜାହାଜ

କ୍ୱିଭ,୨ ।୮: ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ ପ୍ରଥମଥର ଲାଗି ୟୁକ୍ରେନର ବନ୍ଦର ଓଡେଶାରୁ ଶସ୍ୟ ଭର୍ତ୍ତି ଏକ ଜାହାଜ ବାହାରିଛି । ଏଥିରୁ ଅନୁମାନ କରାଯାଉଛି କି ଏହା ପହଞ୍ଚିବା ପରେ ସାରା ବିଶ୍ୱରେ ଶସ୍ୟର ଦାମ କମ ହୋଇପାରେ । ସୂଚନାଯୋଗ୍ୟ, ଏବେବି ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ସେବସ୍ତୋପୋଲରେ ନୌସେନା ମୁଖ୍ୟାଳୟରେ ହୋଇଥିବା ଡ୍ରୋନ ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରି ନାହାନ୍ତି । ସନ୍ଦେହ କରାଯାଉଛି କି ଏହି ଆକ୍ରମଣ ୟୁକ୍ରେନର ବିଦ୍ରୋହୀମାନେ କରିଥାଇପାରନ୍ତି ।
ରୁଷିଆ ୟୁକ୍ରେନ ଯୁଦ୍ଧକୁ ୬ ମାସ ହୋଇଯାଇଥିବା ବେଳେ ଉଭୟ ଦେଶ ଏହାରି ଭିତରେ ଅନେକ କ୍ଷୟକ୍ଷତି ସହିଲେଣି । ଏହାପରେ ବି କେହି ମୁଣ୍ଡ ନୁଆଁଇବାକୁ ରାଜି ନୁହଁନ୍ତି ।

Share