ରୁଷିଆ ସେନା ଶିବିର ଉପରେ ‘ଆତଙ୍କବାଦୀ’ ଆକ୍ରମଣ, ୧୧ ମୃତ, ୧୫ ଆହତ

କ୍ୱିଭ,୧୬ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ନେଉନାହିଁ । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରୁଷିଆର ସେନା ଶିବିର ଉପରେ ‘ଆତଙ୍କବାଦୀ’ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏପଟେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୋଟିଏ ଦିନ ପୂର୍ବରୁ ଚେତାବନୀ ଦେଇଥିଲେ କି ତାଙ୍କ ଦେଶର ସେନାଙ୍କ ସହ ନାଟୋ ସେନାଙ୍କର ମୁହାଁମୁହିଁ ହେଲେ ବିଶ୍ୱ ପାଇଁ ବିପଦ ସୃଷ୍ଟି ହେବ ।
ଏପଟେ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨ ଜଣ ଆକ୍ରମଣକାରୀ ୟୁକ୍ରେନ୍ ନିକଟରେ ସେନା ଫାୟରିଂ ରେଞ୍ଜରେ ଗୁଳି ଚଳାଇଥିଲେ । ଏଥିରେ ୧୧ ଜଣଙ୍କ ମୃତ୍ୟୁ ହେବା ସହ ୧୫ ଆହତ ହୋଇଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ସେନାଙ୍କ ପାଲଟା ଆକ୍ରମଣରେ ୨ ଜଣ ଆକ୍ରମଣକାରୀ ନିହତ ହୋଇଛନ୍ତି । ଏହି ୨ ଆକ୍ରମଣକାରୀଙ୍କୁ ସ୍ୱୟଂସେବି ସେନା ବୋଲି କୁହାଯାଉଛି, ଏମାନଙ୍କର ସମ୍ପର୍କ ଅଜ୍ଞାତ ପୂର୍ବ ସୋଭିଏତ ରାଷ୍ଟ୍ର ସହ ରହିଛି ।

Share