ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ବଡ଼ଧରଣର ଅଦଳବଦଳ

କିଭ୍‌/ମସ୍କୋ, ୨୨ା୯: ୟୁକ୍ରେନ୍‌ରେ ବଡ଼ ଧରଣର ଆକ୍ରମଣ ପାଇଁ ରୁଷିଆ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଉଭୟ ଦେଶ ଆଶ୍ଚର୍ଯ୍ୟଜନକ ଭାବେ ଦୁଇପଟୁ ୩୦୦ ଯୁଦ୍ଧ ବନ୍ଦୀଙ୍କୁ ମୁକୁଳାଇଛନ୍ତି। ଫେବୃୟାରୀ ୨୪ରେ ମସ୍କୋର କିଭ୍‌ ଆକ୍ରମଣ ପରଠାରୁ ଏହା ବଡ଼ଧରଣର ଅଦଳବଦଳ। ସେମାନଙ୍କ ମଧ୍ୟରେ ବ୍ରିଟେନ, ଆମେରିକାର ବନ୍ଦୀ ମଧ୍ୟ ରହିଛନ୍ତି, ଯେଉଁମାନଙ୍କୁ ୟୁକ୍ରେନରୁ ଗିରଫ କରିବା ପରେ ରୁଷିଆରେ ମୃତ୍ୟୁ ଦଣ୍ଡାଦେଶ ମିଳିଥିଲା। ରୁଷିଆରୁ ମୁକୁଳିଥିବା ବନ୍ଦୀଙ୍କ ମଧ୍ୟରୁ ୨୧୫ ୟୁକ୍ରେନୀୟ ରହିଛନ୍ତି। ସେହିପରି ୟୁକ୍ରେନ୍‌ ୫୫ ଜଣଙ୍କୁ ରୁଷିଆକୁ ପଠାଇଛି।

Share