ରୁଷିଆ-ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ

ମସ୍କୋ,୨୮।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେବ କି ନାହିଁ, ସୋମବାର ନିଷ୍ପତ୍ତି ନିଆଯାଇପାରେ। ବେଲାରୁଷରେ ରୁଷିଆ-ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ମଧ୍ୟରେ ସୃଷ୍ଟି ହୋଇଥିବା ଗୁରୁତର ପରିସ୍ଥିତିକୁ ଦୃଷ୍ଟିରେ ରଖି ୟୁକ୍ରେନ ପ୍ରତିନିଧୀ ଦଳ ବେଲାରୁଷ ଗୋମେଲରେ ପହଞ୍ଚିଛନ୍ତି। ଏଠାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ୟୁକ୍ରେନର ରାଷ୍ଟ୍ରପତି କାର୍ଯ୍ୟାଳୟ କହିଛି ଯେ, ରୁଷିଆ ସହିତ କଥାବାର୍ତ୍ତାର ମୂଳ ଲକ୍ଷ୍ୟ ହେଉଛି ତୁରନ୍ତ ବନ୍ଦ ଡାକରା ଏବଂ ରୁଷିଆ ସୈନ୍ୟ ପ୍ରତ୍ୟାହାର।
ଆଲୋଚନା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନେସ୍କି ଟୁଇଟ୍‌ କରି ରୁଷିଆ ସେନାକୁ ତୁରନ୍ତ ଜୀବନ ବଞ୍ଚାଇ ଫେରିଯିବାକୁ କହିଛନ୍ତି। ଯେତେବେଳେ ମୁଁ ରାଷ୍ଟ୍ରପତି ନିର୍ବାଚନ ଲଢୁଥିଲି ସେତିକି ବେଳେ ଆମେ ସମସ୍ତେ ଏ ଦେଶରେ ରାଷ୍ଟ୍ରପତି ହେବା ବୋଲି କହିଥିଲି। କାରଣ ଆମେ ପ୍ରତ୍ୟେକ ନାଗରିକ ଆମ ଦେଶ ପାଇଁ ଦାୟିତ୍ୱବାନ। ଆମର ସୁନ୍ଦର ଦେଶ ୟୁକ୍ରେନ ପାଇଁ ଆମେ ଚିନ୍ତିତ। ଏବେ ଆମେ ସମସ୍ତେ ଜଣେ ଜଣେ ସୈନ୍ୟ ବୋଲି ଜେଲେନେସ୍କି ଦମ୍ଭର ସହ ଜବାବ ଦେଇଛନ୍ତି।

Share