Categories: ଜାତୀୟ

ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତ କହିଲା ଶତ୍ରୁତା ଛାଡି କଥାବାର୍ତ୍ତା ଜରିଆରେ ଶେଷ କରାଯାଉ ଯୁଦ୍ଧ

ନୂଆଦିଲ୍ଲୀ,୮ ।୩: ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଟିଏମ ତିରୁମୂର୍ତ୍ତି କହିଛନ୍ତି, ୟୁକ୍ରେନର ସ୍ଥିତି ଓ ମାନବୀୟ ସଙ୍କଟ ଉପରେ ଆମକୁ ଧ୍ୟାନ ଦେବାକୁ ପଡିବ । ମିଳିତ ଜାତିସଂଘ ଅନୁମାନ କରିଛି, ୧୧ ଦିନ ମଧ୍ୟରେ ପ୍ରାୟ ୧୫ ଲକ୍ଷ ଶରଣାର୍ଥୀ ୟୁକ୍ରେନର ପଡୋଶୀ ଦେଶରେ ଆଶ୍ରୟ ନେଇଛନ୍ତି । ତିରୁମୂର୍ତ୍ତି ଆହୁରି ମଧ୍ୟ କରିଛନ୍ତି, ମିଳିତ ଜାତିସଂଘର ଅନୁମାନ ଯେ ଏବେ ପର୍ଯ୍ୟନ୍ତ ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ୧୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି । ଯେଉଁଥିରେ ଭାରତର ଜଣେ ଯୁବ ଡାକ୍ତର ରହିଛନ୍ତି । ମୃତ ଡାକ୍ତରଙ୍କ ପରିବାରକୁ ସମବେଦନା ଜଣାଇବା ସହ ପ୍ରତ୍ୟେକ ମୃତକଙ୍କ କ୍ଷତିରେ ତିରୁମୂର୍ତ୍ତି ଶୋକ ପ୍ରକାଶ କରିଛନ୍ତି ।
ମିଳିତ ଜାତିସଂଘ ସୁରକ୍ଷା ବୈଠକରେ ଭାରତୀୟମାନଙ୍କ ସହ ସମସ୍ତ ନାଗରିକଙ୍କର ସୁରକ୍ଷା କଥା ପୁଣି ଉଠାଇଛି ଭାରତ । ହେଲେ ଭାରତ ଏଥିପାଇଁ ଚିନ୍ତିତ କି ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ପରେ ବି ସୁମିରେ ଫସି ରହିଥିବା ଛାତ୍ରଙ୍କ ପାଇଁ ଏକ ସୁରକ୍ଷିତ ବ୍ୟବସ୍ଥା କରାଗଲା ନାହିଁ ।
ରୁଷିଆ-ୟୁକ୍ରେନ୍ ତୁରନ୍ତ ଶତ୍ରୁତାକୁ ଶେଷ କରିବାକୁ ଭାରତ ଆହ୍ୱାନ କରିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ପକ୍ଷର ରାଷ୍ଟ୍ରପତିଙ୍କ ସହ କଥା ହୋଇ ତୁରନ୍ତ ଯୁଦ୍ଧ ବିରାମ ଘୋଷଣା କରନ୍ତୁ ବୋଲି କହିଛନ୍ତି ।

Share