ରୁଷିଆ-ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ

ଇସ୍ତାନବୁଲ,୧୩।୭: ତୁର୍କୀର ଇସ୍ତାନବୁଲରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଜାରି ରହିଛି। ଯଦି ଏହି କଥାବାର୍ତ୍ତା ସଫଳ ହୁଏ, ତେବେ ସମଗ୍ର ବିଶ୍ୱରେ ଖାଦ୍ୟ ସାମଗ୍ରୀ ବୃଦ୍ଧି ସମସ୍ୟାରୁ କିଛିଟା ମୁକ୍ତି ମିଳିବ। ମିଳିତ ଜାତିସଂଘ ଏବଂ ତୁର୍କୀ ଅଧିକାରୀଙ୍କ ଉପସ୍ଥିତିରେ ଉଭୟ ଦେଶର କୂଟନୀତିଜ୍ଞମାନେ ଶସ୍ୟ ରପ୍ତାନି ଉପରେ ପ୍ରତିବନ୍ଧକ ଉପରେ ଆଲୋଚନା କରୁଛନ୍ତି। କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ, ଖାଦ୍ୟଶସ୍ୟ ପ୍ରସଙ୍ଗରେ ସାମରିକ ଅଧିକାରୀଙ୍କ ମାଧ୍ୟମରେ ଆଲୋଚନା ଚାଲିଛି।
ସୂଚନାଯୋଗ୍ୟ,ଚଳିତ ବର୍ଷ ଫେବୃଆରୀରୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ରୁଷିଆ ୟୁକ୍ରେନର ଅନେକ ଗୁରୁତ୍ୱପୂର୍ଣ୍ଣ ସହର, ବନ୍ଦର ଦଖଲ କରିଛି। ଏବେ ମଧ୍ୟ ରୁଷିଆର ଆକ୍ରମଣ ଜାରି ରହିଛି। ଏହି କାରଣରୁ ୟୁକ୍ରେନରୁ ଶସ୍ୟ ରପ୍ତାନି ପ୍ରାୟ ପାଞ୍ଚ ମାସ ହେବ ରୋକ ଲାଗିଛି। ଏହାକୁ ଉଠାଇବା ପାଇଁ ଆଜି ରୁଷିଆ ଏବଂ ୟୁକ୍ରେନ ଆଲୋଚନା ଚାଲିଛି। ରୁଷିଆ-ୟୁକ୍ରେନ ଚାଲିଥିବା ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇଛି।

Share