ଏଥର ଭିଡିଓ ଲିଙ୍କ ଜରିଆରେ କଥା ହେବେ ରୁଷିଆ-ୟୁକ୍ରେନ୍‌

ମସ୍କୋ/କ୍ୱିଭ,୧୪ ।୩: ୟୁକ୍ରେନ୍‌-ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହା ୨ ସପ୍ତାହରୁ ଅଧିକ ସମୟ ହେବ ଚାଲିଥିବା ବେଳେ ରୁଷିଆର ଆକ୍ରମଣ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏହାସହ ୟୁକ୍ରେନ ବି ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହେଁ । ଯୁଦ୍ଧ ବନ୍ଦ କରିବାକୁ ନେଇ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଚାଲିଥିଲେ ବି ଏଥିରୁ ସେମିତି କିଛି ନିଷ୍କର୍ସ ବାହାରିପାରିଲା ନାହିଁ । ସୋମବାର ଭାରତୀୟ ସମୟ ସକାଳ ୧୦ଟା ୩୦ରେ ୟକ୍ରେନ୍ ଓ ରୁଷିଆ ଭିଡିଓ ଲିଙ୍କ ଜରିଆରେ ପୁଣିଥରେ କଥା ହେବେ ବୋଲି ଜଣାପଡିଛି । ୟୁକ୍ରେନ୍ ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ସ୍ପୁଟନିକ ଏହି ଖବର ଦେଇଛି ।
ସୂଚନାଯୋଗ୍ୟ, ୟୁକ୍ରେନ-ରୁଷିଆ ଯୁଦ୍ଧ ୧୯ ଦିନରେ ପହଞ୍ଚିଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରି ଚାଲିଛି । ଆଉ ୟୁକ୍ରେନ୍ ବି ପଛକୁ ହଟୁ ନାହିଁ । ଉଭୟଙ୍କ ଜିଦ୍ ପାଖରେ ବହୁ ଧନଜୀବନ ନଷ୍ଟ ହେବା ସହ ଶହଶହ ନିରିହ ଲୋକଙ୍କ ଜୀବନ ଯାଉଛି ।

Share