ରୁଷିଆ ସେନା ଫେରାଇ ଆଣିବାକୁ ନେଇ ଆମେରିକାର ବଡ ବୟାନ, ଶେଷ ହୋଇନାହିଁ ପ୍ରକୃତ ବିପଦ

ୱାଶିଂଟନ,୧୭ ।୨: ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନି ବ୍ଲିଂକନ କହିଛନ୍ତି ୟୁକ୍ରେନ ସୀମାରୁ ରୁଷିଆ ସେନା ଫେରାଇ ଅଣାଯିବାର କୌଣସି ଅର୍ଥପୂର୍ଣ୍ଣ ଉଦ୍ଦେଶ୍ୟ ପରିଲକ୍ଷିତ ହେଉନାହିଁ । ସେ କହିଛନ୍ତି ଏବେବି ପ୍ରକୃତ ବିପଦ ରହିଯାଇଛି । ରୁଷିଆ ଯେତେବେଳେ ୟୁକ୍ରେନ ସୀମାରେ ଥିବା ସେନାଙ୍କ ପ୍ରତ୍ୟାହାର କଥା କହୁଛି ସେହି ସମୟରେ ବ୍ଲିଂକେନଙ୍କ ଏଭଳି ମନ୍ତବ୍ୟ ଚର୍ଚ୍ଚାକୁ ଆସିଛି । ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବି କହିଥିଲେ କି ୟୁକ୍ରେନ ଉପେର ଏବେବି ରୁଷିଆ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି । ଏହାସହ ଆମେରିକା ଆକ୍ରମଣର ନିର୍ଣ୍ଣାୟକ ଜବାବ ଦେବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ । ବାଇଡେନ ମସ୍କୋକୁ ଯୁଦ୍ଧରୁ ବିରତ ରହିବାକୁ ଅନୁରୋଧ କରିଥିଲେ ।

ବାଇଡେନ ମଙ୍ଗଳବାର କହିଥିଲେ ଯାହା ବି ହେବ ଆମେରିକା ସେଥିପାଇଁ ପ୍ରସ୍ତୁତ ଅଛି । ସେ କହିଥିଲେ ୟୁରୋପର ସ୍ଥିତି ଓ ସୁରକ୍ଷାରେ ସୁଧାର ଆଣିବାକୁ ରୁଷିଆ ତଥା ଆମର ଅନ୍ୟ ସହଯୋଗୀଙ୍କ ସହ କୁଟନୈତିକ କଥାବାର୍ତ୍ତା ପାଇଁ ପ୍ରସ୍ତୁତ । ୟୁକ୍ରେନ୍ ଦ୍ୱାରା ରୁଷିଆ ଉପରେ ଆକ୍ରମଣ ଆଶଙ୍କାକୁ ଏବେବି ଏଡାଇ ଦିଆଯାଇ ନ ପାରେ । ଆଉ ଏହାକୁ ନେଇ ନିର୍ଣ୍ଣାୟକ ପ୍ରତିକ୍ରିୟା ଦେବାକୁ ଆମେ ପ୍ରସ୍ତୁତ ।

Share