ନିର୍ଦ୍ଦିଷ୍ଟ ତାରିଖରେ ଯୁଦ୍ଧ ଶେଷ କରିବାକୁ ଚାହୁଁଛି ରୁଷିଆ: ୟୁକ୍ରେନ୍‌

କ୍ୱିଭ୍‌,୨୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୩୦ ଦିନ ପୂରଣ ହୋଇଛି । ହେଲେ ଏପର୍ଯ୍ୟନ୍ତ ଦୁଇ ଦେଶଙ୍କ ମଧ୍ୟରେ ଯୁଦ୍ଧ ବିରତିକୁ ନେଇ କୌଣସି ସମାଧାନ ବାହାରି ପାରି ନାହିଁ । ରୁଷିଆ ପକ୍ଷରୁ ପ୍ରତିଦିନ ୟୁକ୍ରେନର ବଡ ବଡ ସହର ଉପରେ ଆକ୍ରମଣ କରାଯାଉଥିବା ବେଳେ ୟୁକ୍ରେନ୍ ବି ଏହାର ସାମ୍ନା କରି ଚାଲିଛି । ଇତିମଧ୍ୟରେ ୟୁକ୍ରେନ୍‌ର ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିଥିବା ସୂଚନାରେ ୟୁକ୍ରେନ୍ ଦାବି କରିଛି ଯେ ରୁଷିଆ ଏକ ନିର୍ଦ୍ଦିଷ୍ଟ ତାରିଖରେ ଯୁଦ୍ଧ ଶେଷ କରିବାକୁ ଚାହୁଁଛି । ଆଉ ଏହି ତାରିଖ ହେଉଛି ମେ ୯ ତାରିଖ । ୟୁକ୍ରେନ୍ ଅଧିକାରୀ କହିଛନ୍ତି ୯ ମେ ହେଉଛି ସେହିଦିନ ଯେଉଁଦିନ ରୁଷିଆ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜିଙ୍କ ଉପରେ ବିଜୟ ହାସଲ କରି ନିଜର ବିଜୟ ଦିବସ ପାଳନ କରୁଛି । ଏହି ଦିନ ରୁଷିଆରେ କୌଣସି ଉତ୍ସବଠାରୁ କମ୍ ଭାବେ ପାଳନ କରାଯାଇ ନ ଥାଏ । ତେଣୁ ଅନୁମାନ କରାଯାଉଛି କି ରୁଷିଆ ପୁଣିଥରେ ମେ ୯ରେ ୟୁକ୍ରେନ୍ ଠାରୁ ବିଜୟି ହୋଇ ବିଜୟ ଦିବସ ପାଳନ କରିବା ଲକ୍ଷ୍ୟରେ ରହିଛି ।

Share