ପୁଣି ତୀବ୍ର ହେଉଛି ରୁଷିଆ-ୟୁକ୍ରେନ ଯୁଦ୍ଧ

ମସ୍କୋ,୧ା୬: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପୁଣି ତୀବ୍ର ହୋଇଛି। ୟୁକ୍ରେନ କ୍ରମାଗତ ଭାବରେ ରୁଷିଆ ଅଞ୍ଚଳ ଉପରେ ଆକ୍ରମଣ କରୁଛି। ରୁଷିଆର ଶେବିକିନୋ ସହରରେ ୟୁକ୍ରେନ ଏକ ଏୟାର ଷ୍ଟ୍ରାଇକ୍‌ କରିଥିଲା। ଯେଉଁଥିରେ ରାତାରାତି ୫ ଜଣ ଆହତ ହୋଇଥିଲେ। ଯଦିଓ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକାରୀଙ୍କ କହିବାନୁସାରେ, ରୁଷିଆର ଶେବେକିନୋ ସହରରେ ହୋଇଥିବା ଗୁଳି ବିନିମୟରେ ଅନେକ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି। ଟେଲିଗ୍ରାମ ମେସେଜିଂ ଆପ୍‌ରେ ବେଲଗୋରୋଡ ଗଭର୍ନର ଭୟାଚସ୍ଲାଭ ଗ୍ଲାଡକୋଭ କହିଛନ୍ତି, ଶେବିକିନୋ ଉପରେ ରକେଟ ଆକ୍ରମଣ ହୋଇଛି।

ଏହି ଆକ୍ରମଣରେ ସହରର ଘରୋଇ ଘର ଏବଂ ଆପାର୍ଟମେଣ୍ଟ ବ୍ଲକର କାନ୍ଥ ନଷ୍ଟ ହୋଇଯାଇଥିଲା। ରୁଷିଆ କହିଛି, ୟୁକ୍ରେନ ଏହି ସପ୍ତାହରେ ତୃତୀୟ ଥର ପାଇଁ ରୁଷିଆର ଏକ ସହରକୁ ଆକ୍ରମଣ କରିଛି। ମସ୍କୋ ଆକ୍ରମଣକୁ ଶେଷ କରିବା ପାଇଁ ୟୁକ୍ରେନ ପାଶ୍ଚାତ୍ୟ ଦେଶରୁ ସମର୍ଥନ ଲୋଡ଼ିଛି। ଏଥି ସହିତ ବୁଧବାର ମଧ୍ୟ ୟୁକ୍ରେନ ରୁଷିଆର ସହର ଉପରେ ଆକ୍ରମଣ କରିଥିଲା।

Share